Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଲଗା ହେବେ ଅନୁଭବ ବର୍ଷା, ହାଇକୋର୍ଟଙ୍କ ନିର୍ଦ୍ଦେଶ

Odisha

ଅଲଗା ହେବେ ଅନୁଭବ ବର୍ଷା, ହାଇକୋର୍ଟଙ୍କ ନିର୍ଦ୍ଦେଶ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅଲଗା ହେବେ ଅନୁଭବ ବର୍ଷା, ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅର୍ଗସ ବ୍ୟୁରୋ:  ଅନୁଭବଙ୍କୁ ବିବାହ ବିଚ୍ଛେଦ ଅନୁମତି। ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କୁ ବିବାହ ବିଚ୍ଛେଦ ଅନୁମତି । ଏନେଇ ହାଇକୋର୍ଟ ଅନୁମତି ଦେଇଛନ୍ତି। ଅନୁଭବଙ୍କ ଆବେଦନ ଆଧାରରେ ମିଳିଲା ଅନୁମତି। ପରିବାର ଅଦାଲତ ରାୟକୁ ଖାରଜ କଲେ ହାଇକୋର୍ଟ । 

ହାଇକୋର୍ଟରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ତାଙ୍କର ସେହି ପୁରୁଣା ଯୁକ୍ତି ଉଲ୍ଲେଖ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ବର୍ଷାଙ୍କ ସହିତ ତାଙ୍କର ବିବାହ କେବଳ କାଗଜ କଲମରେ ସୀମିତ ରହିଯାଇଥିଲା। ସେହିପରି ତାଙ୍କ ପରିବାର ଲୋକଙ୍କୁ ବର୍ଷା ଦୁର୍ବ୍ୟବହାର କରୁଥିଲେ ବୋଲି ଅନୁଭବ କହିଥିଲେ। ତେବେ ହାଇକୋର୍ଟ କେଉଁ ଆଧାରରେ ଅନୁବକଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି, ତାହା ଲିଖିତ ଜଜ୍‌ମେଣ୍ଟ ଆସିବା ପରେ ଜଣାପଡ଼ିବ।

ଏହା ପୂର୍ବରୁ ଗତ ସେପ୍ଟେମ୍ବର ମାସରେ ପରିବାର ଅଦାଲତ ଉଭୟ ଅନୁଭବ ମହାନ୍ତି ଓ ବର୍ଷାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ପରିବାର ଅଦାଲତଙ୍କ ଏହି ରାୟ ବିରୋଧରେ ଗତ ଅକ୍ଟୋବର ମାସରେ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Sponsored
anubhav and barsha divorce | Argus English