ବିଜେଡି ନେତା ଅରିନ୍ଦମଙ୍କ ଆଉ ଏକ ଫଟୋ ଭାଇରାଲ୍

କଟକ: ବିଜେଡି ନେତା ଅରିନ୍ଦମଙ୍କ ଆଉ ଏକ ଫଟୋକୁ ନେଇ ଚର୍ଚ୍ଚା । କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ସହ ତାଙ୍କର ଏକ ଫଟୋ ଭାଇରଲ ହୋଇଛି । ତେବେ ଅରିନ୍ଦମ ଗୋଟିଏ ପରେ ଗୋଟିଏ ବିଜେପି ନେତାଙ୍କ ସହ ଭେଟଘାଟ କଟକ ରାଜନୀତିକୁ ସରଗରମ କରିଛି । କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଦେଖା କରିବା ପରେ ଆଜି ଜିଲ୍ଲା ସଭାପତିଙ୍କ ସହ ତାଙ୍କର ଏହି ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଅରିନ୍ଦମ ବିଜେପି ଆଡକୁ ଢଳୁଛନ୍ତି କି । ସେ ବିଜେପିରେ ଯୋଗ ଦେଇ ପାରନ୍ତି କି ବୋଲି ନାନା ଆଲୋଚନା ଆରମ୍ଭ ହୋଇଛି । ତେବେ ସେ ଦୀର୍ଘ ଦିନ ଧରି ବିଜେଡିରୁ କୋଣଠୋସା ହୋଇ ରହିଥିବାବେଳ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ । ଏମିତିକି ଗତ 12 ତାରିଖରେ ବାଲିଯାତ୍ରା ପଡିଆଠାରେ ଏକ ଯୁବ ସମ୍ମିଳନୀ ମଧ୍ୟ ବିଜେଡି ବ୍ୟାନରରେ କରିଥିଲେ । ଏହାସହ ମୁଁ କାହା ସହ ଦେଖାକରିବାରେ କିଛି ଅସୁବିଧା ନାହିଁ ଯିଏ ଯାହା ଭାବୁଛନ୍ତି ଭାବନ୍ତୁ । ଏହି ଫଟୋ ଗତକାଲିର ପ୍ରକାଶ ବେହେରାଙ୍କ ଘର ନିକଟ ସାଲେପୁର ଠାରେ ବୋଲି ଚର୍ଚ୍ଚା ହେଉଛି ।
ଆହୁରି ପଢନ୍ତୁ ଓଡିଶା ଖବର...