|
logo
Live

Argus News - ଭୁବନେଶ୍ୱରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା

Odisha

ଭୁବନେଶ୍ୱରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା

Jitendra Dash
Browse all articles by Jitendra Dash
·2 years ago·1 min read
ଭୁବନେଶ୍ୱରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା

ଅର୍ଗସ ବ୍ୟୁରୋ : ୟୁନିଟ୍ ୧ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେଲା ଆଦିବାସୀ ମେଳା । ଭିଡିଓ କନଫରେନସ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୦୮ ଷ୍ଟଲ୍ ଲାଗିଥିବା ବେଳେ ମେଳାରେ ମୁଖ୍ୟ ଆକର୍ଷଣ ସାଜିଛି  ୧୦ ଟି ଜନଜାତିଙ୍କ ଘର । ବିଶେଷକରି ଚଳିତବର୍ଷ କୁଟିଆ କନ୍ଧ, ସାନ୍ତାଳୀ, ଖଡିଆ ,ମାଙ୍କିଡ଼ିଆ, ଜୁଆଙ୍ଗ, ଡଙ୍ଗରିଆ କନ୍ଧ, ଲାଞ୍ଜିଆ ସୌରା, ବଣ୍ଡା ଓ ଚକୁଟିଆ ଭୁଞ୍ଜିଆ ପ୍ରମୁଖ ଜନଜାତି ସମ୍ପ୍ରଦାୟର ଚଳିଚଳନି, ସେମାନଙ୍କ ଘର ସ୍ମାର୍ଟସିଟି ବାସୀଙ୍କ ମନୋରଞ୍ଜନ କରୁଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଚଳିତ ବର୍ଷ ଆଦିବାସୀ ମେଳା ଆଜି ଠାରୁ ଆରମ୍ଭ ହୋଇ ଫେବୃଆରି ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ଜାତି ଓ ଜନଜାତି ଶ୍ରେଣୀର ଲୋକ ଅଂଶଗ୍ରହଣ କରିବେ । ଆଦିବାସୀ ମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କ ଦ୍ୱାରା ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟ ଗୁଡ଼ିକ ପ୍ରଦର୍ଶିତ କରାଇବା ଓ ସେସବୁର ବିକ୍ରି ନିମନ୍ତେ ଏକ ବଜାର ସୃଷ୍ଟି କରିବା ମେଳାର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ବେଳେ ଜନଜାତି ବର୍ଗଙ୍କର ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଜୀବନଯାପନ ଶୈଳୀକୁ ରାଜ୍ୟ ବାସୀଙ୍କ ସହ ପରିଚିତ କରାଇବା ମଧ୍ୟ ଅନ୍ୟ ଏକ ଲକ୍ଷ୍ୟ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭୁବନେଶ୍ୱରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା | Argus English