କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି

ଅର୍ଗସ ବ୍ୟୁରୋ: କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି। ସୀମାକୁ ସୁରକ୍ଷା, ଭାଷା, ସଭ୍ୟତା, ସଂସ୍କୃତି ପ୍ରତି ନାହିଁ ଆଞ୍ଚଳିକ ଦଳର ଦରଦ। ଆନ୍ଧ୍ରର ସୀମା ଓ ସାଂସ୍କୃତିକ ଆକ୍ରମଣ ପାଇଁ ବିଜେଡି ସରକାର କରିଛି ସାହାଣ ମେଲା। ଭିତ୍ତିଭୂମି ବିକାଶ ନାଁରେ ଓଡ଼ିଶାରେ ରାସ୍ତା ଓ ଡ୍ରେନେଜ ସିଷ୍ଟମକୁ ନଷ୍ଟ କରୁଛି ଆନ୍ଧ୍ର। ଓଡ଼ିଶା ରାସ୍ତା ଉପରେ ଆନ୍ଧ୍ରର ପକ୍କା ରାସ୍ତା ନିର୍ମାଣ। ୨୦ ଲକ୍ଷ ଟଙ୍କା ବିନିମୟରେ ରାସ୍ତା, ଡ୍ରେନ ଓ ଫ୍ଲଡ ୱାଲ ନିର୍ମାଣ। ୫୦ମିଟରକୁ ୧୦୦ମିଟର ନୁହେଁ ଗାଁକୁ ଯୋଡୁଥିବା ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ଗାଁ ଭିତର ରାସ୍ତାକୁ ନିର୍ମାଣ କରିଛି ଆନ୍ଧ୍ର।
ଖାଲି ରାସ୍ତା ନୁହେଁ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଫଗୁଣସିନେରି ଗାଁର ଉଭୟ ପାର୍ଶ୍ବରେ ଓଡ଼ିଶା ପକ୍ଷରୁ ତିଆରି ହୋଇଥିବା ଡ୍ରେନ ଉପରେ ପୁଣି ଥରେ ଡ୍ରେନ କରିବା ସହ ବର୍ଷାଦିନେ ବନ୍ୟା ଜଳକୁ ରୋକିବାକୁ ଫ୍ଲଡ ୱାଲ ମଧ୍ୟ ନିର୍ମାଣ କରିଛି । ଏହି ତିନିଟି କାର୍ଯ୍ୟ କରିବାକୁ ଆନ୍ଧ୍ରର ମାନ୍ୟମ ଜିଲ୍ଲାପାଳ ୨୦ ଲକ୍ଷ ଟଙ୍କା ସାଲୁର ମଣ୍ଡଳ ମାଧ୍ୟମରେ ପ୍ରଦାନ କରିଥିବା ଜଣାପଡିଛି। ଗତ ତିନି ଦିନ ମଧ୍ୟରେ ଏହି ରାସ୍ତା ତିଆରି କରିଥିବାବେଳେ ଫଳକ ଲାଗାଇବାକୁ ବାକି ରହିଛି। ପୂର୍ବରୁ ଆନ୍ଧ୍ର ପକ୍ଷରୁ ଭତ୍ତା ବାଣ୍ଟିବା, ଚାଉଳ ଦେବା, ସ୍ୱାସ୍ଥ୍ୟସେବା ଯୋଗାଇବା, ପଟ୍ଟା ଯୋଗାଇବା କାର୍ଯ୍ୟ କରୁଥିବାବେଳେ ଏବେ ପକ୍କା ରାସ୍ତା ତିଆରି କରୁଛି। ଆନ୍ଧ୍ରର ଅନୁପ୍ରବେଶ ବେଳେ ଓଡ଼ିଶାର ନିରବତା ଆନ୍ଧ୍ରକୁ ବଳ ଦେଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: