ପୁଣି ଘର ସମ୍ମୁଖରୁ ଆଠ ବର୍ଷର ଶିଶୁକୁ ଉଠାଇ ନେଲା ବାଘ
·2 years ago

ଅର୍ଗସ ବ୍ୟୁରୋ: ଆଉ ଥରେ ଆକ୍ରମଣ କଲା ମଣିଷ ଖିଆ ବାଘ। ରାତିରେ ଜଣେ ମହିଳାକୁ ମାରି ଖାଇଥିବା ବେଳେ ବର୍ତ୍ତମାନ ପୁଣି ଘର ସମ୍ମୁଖରୁ ଆଠ ବର୍ଷର ଶିଶୁକୁ ଉଠାଇ ନେଲା ବାଘ। ଧରମବନ୍ଧା ଥାନା କୋଦୋପାଲି ଗାଁର ବାଳକରାମ ବରିହାର ଆଠ ବର୍ଷର ପୁଅ ଲେଖରାମ ବରିହାକୁ ଉଠାଇ ନେଇଥିଲା ବାଘ। କିନ୍ତୁ ଗୁରୁତର ଅବସ୍ଥାରେ ଜୀବିତ ଭାବେ ଗାଁ ଲୋକେ ନାବାଳକଙ୍କୁ ଉଦ୍ଧାର କରିଛନ୍ତି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଧର୍ମବିନ୍ଧା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏଯାଏ ନାବାଳକଙ୍କ ପରିଚୟ ମିଳିପାରି ନାହିଁ।
ଗାଁ ଲୋକେ ବାଘକୁ ଘଉଡ଼ାଇବା ପରେ ଧରିପାରି ନାହାନ୍ତି। ନାବାଳକର ଗୋଟିଏ କାନକୁ ନେଇ ଯାଇଛି ବାଘ , ବର୍ତ୍ତମାନ ଗାଁ ରେ ବାଘ ଥିବାରୁ ଆତଙ୍କିତ ଅଛନ୍ତି ଗ୍ରାମବାସୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: