Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆସନ୍ତାକାଲି ଅଁଳା ନବମୀ : ପବିତ୍ର ରାଧାପାଦ ଦର୍ଶନ ପାଇଁ ଚୂଡାନ୍ତ ପ୍ରସ୍ତୁତି

Odisha

ଆସନ୍ତାକାଲି ଅଁଳା ନବମୀ : ପବିତ୍ର ରାଧାପାଦ ଦର୍ଶନ ପାଇଁ ଚୂଡାନ୍ତ ପ୍ରସ୍ତୁତି

Jitendra Dash
Browse all articles by Jitendra Dash
·2 years ago·2 min read
ଆସନ୍ତାକାଲି ଅଁଳା ନବମୀ : ପବିତ୍ର ରାଧାପାଦ ଦର୍ଶନ ପାଇଁ ଚୂଡାନ୍ତ ପ୍ରସ୍ତୁତି

ଅର୍ଗସ ବ୍ୟୁରୋ : ରାତି ପାହିଲେ କାର୍ତ୍ତିକ ଶୁକ୍ଳ ପକ୍ଷ ଅଁଳା ନବମୀ ତିଥି । ସଜେଇ ହୋଇଛି ସାକ୍ଷୀଗୋପାଳର ସାକ୍ଷୀଗୋପିନାଥ ମନ୍ଦିର । ଏହି ପୁଣ୍ୟ ତିଥିରେ ଦର୍ଶନ କରାଯାଏ ଶ୍ରୀରାଧାଙ୍କ ପାଦପଦ୍ମ । କୁହାଯାଏ ଏହି ଦିନ ଶ୍ରୀରାଧା ଓଡିଆଣୀ ବେଶରେ ସଜ୍ଜିତ ହୋଇଥାନ୍ତି । ଏଥିପାଇଁ ପୁରୀ ଜିଲ୍ଲା ସାକ୍ଷୀ ଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ କରିବାକୁ ଭକ୍ତଙ୍କ ନାହିଁନଥିବା ଭିଡ ଲାଗେ ।

ବର୍ଷ ତମାମ ମା' ଠାକୁରାଣୀଙ୍କ ପଦଯୁଗଳ ପାଦପଦ୍ମପିନ୍ଧା ବସନରେ ଆବୃତ ହୋଇ ରହିଥାଏ । ମଧ୍ୟ ରାତିରେ ଦେବ ନୀତି ସମ୍ପନ୍ନ ପରେ ମା' ରାଧାରାଣୀଙ୍କୁ ଓଡିଆଣୀ ବେଷରେ ସଜ୍ଜିତ କରିବେ ସେବକ ମାନେ । ନାନା ଅଳଙ୍କାରରେ ବିମଣ୍ଡିତ ହୋଇ ଶୋଭା ପାଇବେ ମା' । ସେହିପରୀ ଗୋପାଳଜୀଉ ନଟବର ବେଷରେ ମଧ୍ୟ ଦର୍ଶନ ଦେବେ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶାର ଦ୍ୱତୀୟ ଗଣପର୍ବ ଭାବେ ପରିଚିତ ଅଁଳା ନବମୀ । ଓଡିଶା ତଥା ଓଡିଶା ବାହାରୁ ଆସିଥାନ୍ତି ଭକ୍ତ । ଧର୍ମମାସ ଏହି ପବିତ୍ର କାର୍ତ୍ତିକ ମାସରେ ଶୁକ୍ଳ ନବମୀ ତିଥିରେ ପଡିଥାଏ ଏହି ପର୍ବ । ଆଉ ଲକ୍ଷାଧିକ ଭକ୍ତଙ୍କ ସମାଗମ ମଧ୍ୟ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 

ପ୍ରଶାସନ ପକ୍ଷରୁ ମନ୍ଦିର ଚାରିପଟକୁ ସଫା କରାଯିବା ସହିତ ସିଂହଦ୍ୱାର ମୁଖଶାଳା ଆଦିକୁ ରଙ୍ଗ କରାଯାଉଛି । ଶ୍ୟାମ କୁଣ୍ଡ, ରାଧା କୁଣ୍ଡ, ପରି ତୀର୍ଥ ପୁଷ୍କରିଣୀକୁ ମଧ୍ୟ ସଫା କରାଯାଇଛି । ଭକ୍ତ ଗହଳିକୁ ଆଖିଆଗରେ ରଖି ବ୍ୟାରିକେଟ ବ୍ୟବସ୍ଥା କରାଯାଉଛି । ତତ ସହିତ ଆଲୋକୀ କରଣ, ପାନୀୟ ଜଳ ଯୋଗାଣ, ଖାଦ୍ୟ ବଣ୍ଟନକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଆସନ୍ତା କାଲି ସାକ୍ଷୀଗୋପିନାଥ ମନ୍ଦିରରେ ଲାଗିବ ଭକ୍ତଙ୍କ ଭିଡ । ଭକ୍ତ ଭଗବାନଙ୍କ ମଧ୍ୟରେ ହେବ ମହାମିଳନ । 
 

Sponsored
ANALA NABAMI , SRI RADHANKA PADA DARSHAN | Argus English