Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ତୀର୍ଥ କରି ଫେରୁଥିଲେ, ଟ୍ରେନରୁ ଗଳି ପଡିଲେ

Odisha

ତୀର୍ଥ କରି ଫେରୁଥିଲେ, ଟ୍ରେନରୁ ଗଳି ପଡିଲେ

Smruti Parija
Browse all articles by Smruti Parija
·2 years ago·1 min read
ତୀର୍ଥ କରି ଫେରୁଥିଲେ, ଟ୍ରେନରୁ ଗଳି ପଡିଲେ

ଖୋର୍ଦ୍ଧା: କାର୍ତ୍ତିକ ପୂର୍ଣ୍ଣିମାରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥିଲେ । ମହାପ୍ରଭୁଙ୍କୁ ଦର୍ଶନ କଲେ । କୋଟି ପୂଣ୍ୟ ଅର୍ଜନ କଲେ । ହେଲେ ଦର୍ଶନ ସାରି ଟ୍ରେନରେ ଫେରିବାବେଳେ ଚଳନ୍ତା ଟ୍ରେନରୁ ଗଳିପଡିଲେ ବୃଦ୍ଧା । ଶେଷରେ ତାଙ୍କର ପ୍ରାଣବାୟୁ ଉଡିଗଲା । ଖୋର୍ଦ୍ଧା ରେଳ ଡିଭିଜନ ବାଲୁଗାଁ ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । 

ମହିଳା ଜଣଙ୍କ ହେଉଛନ୍ତି ଝିଲ୍ଲୀ ମାନସିଂ । ଖୋର୍ଦ୍ଧା ବାଲୁଗାଁ ନିକଟସ୍ଥ କିମ୍ଭିରୀପଡା ଗ୍ରାମରେ ତାଙ୍କ ଘର । ତାଙ୍କର ଏପରି ଆକସ୍ମାତ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ମହିଳା ଜଣଙ୍କ ଟ୍ରେନରୁ ଖସି ଯିବା ସମୟରେ ଉପସ୍ଥିତ ରେଳ ଅଧିକାରୀ ତାଙ୍କୁ ସଠିକ ସମୟରେ ଉଦ୍ଧାର କରିନଥିଲେ । ଶେଷରେ ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ଗୁରୁତର ଆହତ ହୋଇଥିବା ଏହି ମହିଳା ଯାତ୍ରୀଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାରେ ବିଳମ୍ବତା ଯୋଗୁଁ ମୃତ୍ୟୁ ଗୋଷଣା କରିଥିଲେ ଡାକ୍ତର ।

ବାଲୁଗାଁ ରେଳ ଷ୍ଟେସନ ଉପରେ ଡ୍ୟୁଟିରେ ଥିବା ରେଳବାଇ ପୋଲିସର ଦାୟିତ୍ଵ ହୀନତା ଉପରେ ବିଭାଗୀୟ ଅଧିକାରୀ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
An old woman lost her-life in an accident while returning from puri | Argus English