Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୪୫ ବସ୍ତା ଧାନ ଖାଇଗଲେ ହାତୀପଲ

Odisha

୪୫ ବସ୍ତା ଧାନ ଖାଇଗଲେ ହାତୀପଲ

Smruti Parija
Browse all articles by Smruti Parija
·2 years ago·1 min read
୪୫ ବସ୍ତା ଧାନ ଖାଇଗଲେ ହାତୀପଲ

ଖୋର୍ଦ୍ଧା: ଅମଳ ଧନ ଖାଇଗଲେ ହାତୀପଲ । ଟାଙ୍ଗି ରେଞ୍ଜ ନିରାକାରପୁର ରାମେଶ୍ୱର ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଘଟଣା । ଆଜି ଭୋର ସମୟରେ ରାମେଶ୍ୱର ଗ୍ରାମପଞ୍ଚାୟତ ପଦ୍ମପୁର ଗ୍ରାମରେ ୨୩ ଟିକିଆ ହାତୀପଲ ଉପଦ୍ରବ କରିଛନ୍ତି । ଫଳରେ ଲୋକେ ଭୟଭିତ ହୋଇପଡିଛନ୍ତି । 

ପଦ୍ମପୁର ଗ୍ରାମର ଜଣେ ଚାଷୀ ୪୫ ବସ୍ତା ଧାନ ଅମଳ କରି ଖଳା ବାରିରେ ରଖିଥିବାବେଳେ ହାତୀପଲ ଧାନ ଖାଇ ନଷ୍ଟ କରିଛନ୍ତି । ବର୍ଷକର ଅମଳ ଧାନ ହାତୀ ଖାଇ ଯାଇଥିବାରୁ ଚିନ୍ତାରେ ଚାଷୀ । 

ବର୍ଷକର ଧାନ ହାତୀ ଖାଇ ଯାଇଥିବାରୁ କ୍ଷତିପୂରଣ ପାଇଁ ବନବିଭାଗ ନିକଟରେ ଦାବି କରିଛନ୍ତି ଚାଷୀ । ଟାଙ୍ଗୀ ବନବିଭାଗର କର୍ମଚାରୀ ହାତୀକୁ ଘଉଡେଇବା ପାଇଁ ଉଦ୍ୟମ କରିଥିବାବେଳେ ହାତୀମାନଙ୍କୁ ଜଙ୍ଗଲ ମଧ୍ୟକୁ ତଡିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଯାହାକୁ ନେଇ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛି । କ୍ଷତିପୂରଣ ନମିଳିଲେ ଚାଷୀ ଓ ତାଙ୍କ ପତ୍ନୀ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
An elephant eats 45 sacks of grain-at-khurda-tangi | Argus English