|
logo
Live

Argus News - ଅମ୍ବାଭୋନା ଥାନା ଭଙ୍ଗା ଘଟଣାରେ ମହାମହିମ ରାଜ୍ୟପାଳଙ୍କୁ ଫେରାଦ୍‌ ହେଲେ ଅମ୍ବାଭୋନା ବ୍ଲକର ବରିଷ୍ଠ ନାଗରିକ

Odisha

ଅମ୍ବାଭୋନା ଥାନା ଭଙ୍ଗା ଘଟଣାରେ ମହାମହିମ ରାଜ୍ୟପାଳଙ୍କୁ ଫେରାଦ୍‌ ହେଲେ ଅମ୍ବାଭୋନା ବ୍ଲକର ବରିଷ୍ଠ ନାଗରିକ

Jitendra Dash
Browse all articles by Jitendra Dash
·2 years ago·2 min read
ଅମ୍ବାଭୋନା ଥାନା ଭଙ୍ଗା ଘଟଣାରେ ମହାମହିମ ରାଜ୍ୟପାଳଙ୍କୁ ଫେରାଦ୍‌ ହେଲେ ଅମ୍ବାଭୋନା ବ୍ଲକର ବରିଷ୍ଠ ନାଗରିକ

ଅର୍ଗସ ବ୍ୟୁରୋ : ସରକାରୀ ଦଳର ବିଧାୟକ ସରକାରଙ୍କ ଆଇନ ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଉଛନ୍ତି । ସରକାରୀ ଦଳର ମୁଖ୍ୟ ତଥା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହ ବିଭାଗ ପ୍ରତି ମଧ୍ୟ ତାଙ୍କ ଦଳର ବିଧାୟକ ମାନଙ୍କ ଭରସା ନାହିଁ । ଗତ ନଭେମ୍ବର ୫ତାରିଖ ଦିନ ଏହାର ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମ୍ବାଭୋନା ଥାନାରେ ଦେଖିବାକୁ ମିଳିଥିଲା । ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ରାଜ୍ୟରେ ଥିବା ସୁରକ୍ଷା ବଳ ନିଜେ ଖୋଦ୍ ସରକାରୀ ଦଲର କର୍ମୀ ତଥା ନେତାମାନଙ୍କ ଦ୍ୱାରା ଶିକାର ହେଉଥିବାରୁ ରାଜ୍ୟରେ କେହି ସମ୍ପୂର୍ଣ୍ଣ ସୁରକ୍ଷିତ ନାହାନ୍ତି । ପୋଲିସ ବିଭାଗ ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ରହିଥିବାବେଳେ ସେମାନେ ଖୋଦ୍‌ ନିଜକୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ସ୍ଥାନୀୟ ବିଧାୟକଙ୍କ ସମର୍ଥନରେ ବହୁଚର୍ଚ୍ଚିତ ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଅଂଚଳବାସୀ ଭୟଭୀତ ଅଛନ୍ତି । ଏନେଇ ବରଗଡ ଜିଲ୍ଲାର ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ସଠିକ୍ ତଦନ୍ତ ଦାବି ନେଇ ମହାମହିମ ରାଜ୍ୟପାଳଙ୍କୁ ଫେରାଦ୍ ହୋଇଛନ୍ତି ଅମ୍ବାଭୋନା ବ୍ଲକର ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବୀ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତ ନଭେମ୍ବର ୫ତାରିଖ ପୋଲିସ ଉପରେ ଆକ୍ରୋଶ ରଖି ସରକାରୀ ଦଳର ୨୦୦ରୁ ଅଧିକ କର୍ମୀ ଏବଂ ଗୁଣ୍ଡା ବରଗଡ ଜିଲ୍ଲା ଅମ୍ବାଭୋନା ଥାନାକୁ ଆସି ପୋଲିସମାନଙ୍କୁ କଟୁ ଭାଷାରେ ଗାଳିଗୁଲଜ କରିବା ସହିତ ଥାନା ଭଙ୍ଗାରୁଜା କରିଥିଲେ । ଏହି ସମୟରେ ସେମାନେ ସମସ୍ତ ପ୍ରକାର ଆସବା ପତ୍ର ଭଙ୍ଗାରୁଜା କରିବା ସହ ସରକାରୀ କାଗଜ ପତ୍ର ଚିରି ଦେଇଥିଲେ । ପୋଲିସମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ଥାନା ଲୁଟପାଟ କରିଥିଲେ । ଏହା ପ୍ରତିରୋଧ କରିନପାରି ପୋଲିସ ନୀରବଦ୍ରଷ୍ଟା ସାଜିଥିଲା । ପରବର୍ତୀ ସମୟରେ ସାଧାରଣ ଲୋକଙ୍କ ଚାପରେ ଯଦିଓ ପୋଲିସ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା ରୁଜୁ କଲା ତଥାପି ଲୋକ ଦେଖାଣିଆ ଭାବେ ମାତ୍ର ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ବ୍ୟତୀତ ଆଉ କିଛି ଲୋକଦେଖାଣିଆ ଏଫ୍‌ଆଇଆର୍‌ରେ ନାଁ ନଥିବା ଲୋକଙ୍କୁ ଗିରଫ କରିବା ପରେ ପୋଲିସର ଅବହେଳା ଯୋଗୁଁ ବେଲ୍ ହୋଇଥିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
 
ସେପଟେ ଥାନା ଭାଙ୍ଗିବା ଭଳି ଦୁଃସାହସିକ କାର୍ଯ୍ୟ କରିଥିବା ଅପରାଧୀମାନେ ଏବେ ଖୁଲମଖୁଲା ଆମ ଅଂଚଳରେ ବୁଲୁଥିବା ଯୋଗୁଁ ଲୋକମାନଙ୍କ ମନରେ ଭୟ ସଂଚାର ହେଉଛି । ରାଜ୍ୟରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନିୟୋଜିତ ହୋଇଥିବା ପୋଲିସ ଯଦି ଅସୁରକ୍ଷିତ ତେବେ ଆମେ କେତେ ସୁରକ୍ଷିତ ତାହା ବହ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭଟଲି ବିଧାୟକ ମଧ୍ୟ ଘଟଣାରେ ସମ୍ପୃକ୍ତ ବୋଲି ଜାଣିବା ପରେ ବି ପୋଲିସ ନିଜର ନିଷ୍କ୍ରିୟତା ଲୋକଙ୍କ ସମ୍ମୁଖରେ ପ୍ରକାଶ କରିବା କେତେଦୂର ଯୁକ୍ତିଯୁକ୍ତ? ତେଣୁ ଘଟଣାରେ ହସ୍ତକ୍ଷେପ କରି ଏହାର ଉଚିତ୍ ତଦନ୍ତ କରିବା ସହ ସେଥିରେ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଅବସରରେ ଅବସରପ୍ରାପ୍ତ ସେନାଧିକାରୀ ପୁଲିନ ବିହାନୀ ପ୍ରଧାନ, ଗୋବିନ୍ଦ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ମହେନ୍ଦ୍ର ଭୋଇ, ମଦନମୋହନ ନାୟକ, ଟିକେଶ୍ୱର ନାଏକ, ଟୀକାରାମ ପଟେଲ ଓ ଅଲେଖ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
 

Sponsored
ଅମ୍ବାଭୋନା ଥାନା ଭଙ୍ଗା ଘଟଣାରେ ମହାମହିମ ରାଜ୍ୟପାଳଙ୍କୁ ଫେରାଦ୍‌ ହେଲେ ଅମ୍ବାଭୋନା ବ୍ଲକର ବରିଷ୍ଠ ନାଗରିକ | Argus English