ପୁଣି ସକ୍ରିୟ ଜନ୍ତୁ ଶିକାରୀ, ୧୮ ଟି ବାଘ ନଖ ସହ ୬ଟି ଦାନ୍ତ ଜବତ
·2 years ago·1 min read

ଅର୍ଗସ ବ୍ୟୁରୋ : ମାଲକାନଗିରିରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଜଙ୍ଗଲ ଜନ୍ତୁ ଶିକାରୀ । ୧୮ ଟି ବାଘ ନଖ ସହ ୬ଟି ଦାନ୍ତ ଜବତ କରିଛି ବନ ବିଭାବ । ଏହା ସହ ୫ ଶହ ମିଲିଗ୍ରାମର ବାଘ ତେଲ ଓ ୬ ଟି ବାଘ ଛାଲ ମଧ୍ୟ ଜବତ ହୋଇଛି । ଗତ ୩ ତାରିଖ ଦିନ ମାଥିଲି ଅଞ୍ଚଳରେ ରବି ଶବର ନାମକ ଜଣେ ଯୁବକ ଶିକାର ପରେ ଏସବୁ ବିକ୍ରୟ କରୁଥିବା ସୂଚନା ପାଇଥିଲା ବନ ବିଭାଗ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଖବର ପାଇ ମାଲକାନଗିରି ବନ ବିଭାଗ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ଏକ ଟିମ ଚଢାଉ କରିଥିଲା । ଜବତ ହୋଇଥିବା ସମସ୍ତ ଦାନ୍ତ ଓ ଛାଲ କୁ ଟେଷ୍ଟି ପାଇଁ ଲେବକୁ ପଠାଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତକୁ ଗିରଫ କରି ଜେଏଫଏମ କୋର୍ଟ ମାଥିଲିଙ୍କ ନିକଟରେ ହାଜର କରାଯାଇଥିଲା ବେଳେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଜେଲକୁ ପଠାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: