Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆହୁରି ୧୫ହଜାର ଜନଔଷଧି କେନ୍ଦ୍ର ଖୋାଲିବ, ଉପକୃତ ହେବେ ସାଧାରଣ ଜନତା 

Odisha

ଆହୁରି ୧୫ହଜାର ଜନଔଷଧି କେନ୍ଦ୍ର ଖୋାଲିବ, ଉପକୃତ ହେବେ ସାଧାରଣ ଜନତା 

Manini Pattanayak
Browse all articles by Manini Pattanayak
·2 years ago·1 min read
ଆହୁରି ୧୫ହଜାର ଜନଔଷଧି କେନ୍ଦ୍ର ଖୋାଲିବ, ଉପକୃତ ହେବେ ସାଧାରଣ ଜନତା 

ମୟୂରଭଞ୍ଜ :ଦେଶରେ ଖୋଲିବ ଆହୁରି ୧୫ହଜାର ଜନଔଷଧି କେନ୍ଦ୍ର । ଉପକୃତ ହେବେ ସାଧାରଣ ଜନତା ।  ଆଜି ଝାଡ଼ଖଣ୍ଡର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଦେଓଘର, ପରିସରରେ ୧୦ ହଜାରତମ ଜନ ଔଷଧି କେନ୍ଦ୍ରର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହି ଅବସରରେ ଭାରତୀୟ ଜନ ଔଷଧି ପରିଯୋଜନା ଅଧୀନରେ ସାରା ଦେଶରେ ଜନ ଔଷଧି କେନ୍ଦ୍ରଗୁଡ଼ିକର ସଂଖ୍ୟାକୁ ୧୦ ହଜାରରୁ ୨୫ ହଜାର ପର୍ଯ୍ୟନ୍ତ ବୃଦ୍ଧି କରିବା ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଏହା ଫଳରେ ଲୋକମାନେ ଜୀବନ ରକ୍ଷାକାରୀ ଔଷଧ ଏହି କେନ୍ଦ୍ର ଗୁଡିକରୁ ୮୦ ରୁ ୯୦ପ୍ରତିଶତ କମ ମୁଲ୍ୟରେ ପାଇ ପାରିବେ । ଏହାଦ୍ବାରା ପ୍ରଧାନମନ୍ତ୍ରୀ ଦେଶରେ ଔଷଧ ବଜାରରେ ଏକ କ୍ରାନ୍ତିକାରୀ ଆଣି ପାରିଛନ୍ତି ବୋଲି ପ୍ରତିକ୍ରିୟା ଆସିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ର ପାତ୍ର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Also, 15,000 generic medicine centers will be opened, the common people will benefit | Argus English