|
logo
Live

Argus News - ଜଗନ୍ନାଥଙ୍କ ନାଁରେ ୧୫୫ କୋଟି ଖର୍ଚ୍ଚ !

Odisha

ଜଗନ୍ନାଥଙ୍କ ନାଁରେ ୧୫୫ କୋଟି ଖର୍ଚ୍ଚ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଜଗନ୍ନାଥଙ୍କ ନାଁରେ ୧୫୫ କୋଟି ଖର୍ଚ୍ଚ !

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ଉପରେ ଏବେ ନବୀନ ସରକାରଙ୍କ ଭାରି ନଜର । କେମିତି ଜଗନ୍ନାଥଙ୍କୁ ନେଇ ରାଜନୀତି କରିହେବ ସେହି କଥା ଚିନ୍ତା କରୁଛନ୍ତି ବିଜେଡି ସରକାର । ନିର୍ବାଚନ ପାଖେଇ ଆସୁଥିବାରୁ ଯେସ୍ତେକେସ୍ତେ ପୁଣି ଥରେ କ୍ଷମତାରେ ରହିବାକୁ ଚେଷ୍ଟା କରୁଛନ୍ତି ନବୀନ ବାବୁ । ସେଇଥି ଲାଗି ତ ରଥଯାତ୍ରାଠୁ ବି ଅଧିକ ଲୋକ ଆଣିବାକୁ ମସୁଧା କରୁଛନ୍ତି ପାଣ୍ଡିଆନ । ପାଣି ପରି ଟଙ୍କା ଖର୍ଚ୍ଚ କରି ଲୋକ ବୋହିବାକୁ ଯେମିତି ହୀନ ରାଜନୀତି କରୁଛି ବିଜେଡି ତାହାକୁ ନେଇ ଉଠିଲାଣି ପ୍ରଶ୍ନ ।

ଆଉ ମାତ୍ର ଦିନ ପନ୍ଦରାଟା ପରେ ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ହେବାକୁ ଯାଉଛି । ଓଡ଼ିଶା, ଶ୍ରୀକ୍ଷେତ୍ର ଲାଗି ଏହା ନିଶ୍ଚୟ ଉତ୍ସାହର ଦିନ । ହେଲେ ଶହଶହ ଓଡ଼ିଆଙ୍କ ଭାବନା ସହ ଯେମିତି ଏ ସରକାର ଖେଳ ଖେଳୁଛି ତାହାକୁ ନେଇ ଅସନ୍ତୋଷ ବଢୁଛି । କାରଣ କୁହାଯାଉଛି କି, ପରିକ୍ରମା ପ୍ରକଳ୍ପର ଉଦଘାଟନ ଦିନ ୩୦ ଲକ୍ଷରୁ ଅଧିକ ଲୋକ ହେବେ । ଥରେ ଚିନ୍ତା କରନ୍ତୁ ତ...ରଥଯାତ୍ରାରେ ୧୦ ଲକ୍ଷ ଲୋକ ହେଲେ ଭିଡ ନିୟନ୍ତ୍ରଣ କରିବାକୁ ପ୍ରଶାସନ କେମିତି ନାକେଦମ ହୁଏ । ହେଲେ ଏଥର ୩୦ ଲକ୍ଷ ଲୋକଙ୍କୁ ଆଣିବାକୁ ଯେଉଁ ପରି ବ୍ୟବସ୍ଥା ହେଉଛି ପରବର୍ତ୍ତୀ ସମୟରେ ଦଳାଚକଟା ହେଲେ ଦାୟୀ କିଏ ରହିବ ବୋଲି ପ୍ରଶ୍ନ କଲେଣି ଲୋକେ ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା ସାଧାରଣ ନିର୍ବାଟନ ପାଖେଇ ଆସୁଥିବାରୁ ଭୋଟ ବ୍ୟାଙ୍କ ବଢାଇବାକୁ ଚେଷ୍ଟା କରୁଛି ବିଜେଡି । ତେଣୁ ରାଜସ୍ଵ ଖର୍ଚ୍ଚ ହେଉ, ହେଲେ ଜବରଦସ୍ତି ଲୋକ ଆସନ୍ତୁ ବୋଲି ପଣ କରିଛି ବିଜେଡି । ଗୋଟିଏ ପଟେ ମୌଳିକ ସୁବିଧାର ଆଜି ବି ଅନେକ ଲୋକ ବଂଚିତ ଅଛନ୍ତି । ପରିବାର ପ୍ରତିପୋଷଣ ଲାଗି ଦାଦନ ଯାଉଛନ୍ତି । ହେଲେ ଏମିତି ସ୍ଥିତିରେ ଜଗନ୍ନାଥଙ୍କ ନାଁରେ ରାଜନୀତି କରି ୧୫୫ କୋଟି ଟଙ୍କା ଖର୍ଚ୍ଚକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସାଧାରଣ ଜନତା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
ଜଗନ୍ନାଥଙ୍କ ନାଁରେ ୧୫୫ କୋଟି ଖର୍ଚ୍ଚ ! | Argus English