Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରକ୍ଷକଙ୍କ ଥାର୍ଡ଼ ଡିଗ୍ରୀ ଜୁଲମକୁ ନେଇ ପୁଣି ମୁଣ୍ଡ ଟେକିଲାଣି ବିବାଦ

Odisha

ରକ୍ଷକଙ୍କ ଥାର୍ଡ଼ ଡିଗ୍ରୀ ଜୁଲମକୁ ନେଇ ପୁଣି ମୁଣ୍ଡ ଟେକିଲାଣି ବିବାଦ

Jitendra Dash
Browse all articles by Jitendra Dash
·2 years ago·2 min read
ରକ୍ଷକଙ୍କ ଥାର୍ଡ଼ ଡିଗ୍ରୀ ଜୁଲମକୁ ନେଇ ପୁଣି ମୁଣ୍ଡ ଟେକିଲାଣି ବିବାଦ

ଅର୍ଗସ ବ୍ୟୁରୋ : କଳାକାରଙ୍କୁ ମାଡ଼ ମାରିବା ପଡିଲା ମହଙ୍ଗା । ଜଣେ ପୋଲିସ ଅଧିକାରୀଙ୍କ ସହିତ ଜଣେ କନେଷ୍ଟବଳ ଓ ଦୁଇ ଜଣ ହୋମଗାର୍ଡଙ୍କୁ ହେଡ଼କ୍ୟୁଟରକୁ ହେଲା ବଦଳି । ଗତ ୩୦ ତାରିଖ ଶନିବାର ଦିନ ରାତି ୧୧ ଟାରୁ ୧୨ଟା ଭିତରେ ଭଦ୍ରକ ଜିଲ୍ଲାର ଯୁବ କଳାକାର ଗୋପୀନାଥ ନାୟକ ଭଦ୍ରକରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଯୋଗ ଦେଇ ନିଜ ଗାଡିରେ ଘରକୁ ଫେରୁଥିଲେ ।

ଏହି ସମୟରେ ଆଗରପଡା ପୋଲିସ ତାଙ୍କୁ ଅଟକାଇ ଗାଡିର କାଗଜପତ୍ର ମାଗିଥିଲେ । କଳାକାର ଜଣକ ତାଙ୍କ ଗାଡିର କାଗଜପତ୍ର ପ୍ରଦାନ କରିଥିଲେ । ସବୁ କାଗଜପତ୍ର ଠିକ ଥାଇବି ପାଟ୍ରୋଲିଙ୍ଗ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ମାନେ ତାଙ୍କୁ ଟଙ୍କା ମାଗିଥିଲେ । ତେବେ ସେ ଟଙ୍କା କାହିଁକି ଦେବି ବୋଲି ପ୍ରଶ୍ନ କରିବାରୁ ମାଡ଼ ମାରିଥିଲେ ପୋଲିସ । ପାଖାପାଖି ଅଧ ଘଣ୍ଟା ଧରି ବାଡ଼ିରେ ମାଡ଼ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ଗୋପୀନାଥ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତାଙ୍କ ସ୍ତ୍ରୀ ଡାକ୍ତର ଖାନାରେ ସ୍ୱାମୀଙ୍କୁ ଭେଟି ସବୁ କଥା ବୁଝିବା ପରେ ଆଗରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୋ ସ୍ୱାମୀଙ୍କୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି । ଅନ୍ୟପଟେ ଏହି ପୋଲିସ କର୍ମଚାରୀ ମାନଙ୍କର ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଏହି ବଦଳିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗୋପୀନାଥ ।

ସେହିପରି ଏହି ମାଡ଼ ଘଟଣାକୁ ନେଇ ତମାମ ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ପୋଲିସର ଏହି ମାଡ଼କୁ ନେଇ ଧିରେ ଧିରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ । କଳାକାରଙ୍କୁ ମାଡ଼କୁ ନେଇ ବିଶେଷ କରି ଜିଲ୍ଲାରେ ଥିବା କଳାକାର ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶେଷରେ ଭଦ୍ରକ ଏସପି ଆଜି ଆଗରପଡା ଥାନାର ଏଏସଆଇ ମହେନ୍ଦ୍ର ଗିରି, କନେଷ୍ଟବଳ ଚିନ୍ମୟୀ ଦେହୁରୀ, ଦୁଇ ଜଣ ହୋମଗାର୍ଡ ଅରୁଣ କୁମାର ଦାସ ଗଜେନ୍ଦ୍ର ନାୟକଙ୍କୁ ଜିଲ୍ଲା ପୋଲିସ ହେଡ଼କ୍ୟୁଟର କୁ ବଦଳି କରିଛନ୍ତି । ତେବେ ରାଜ୍ୟରେ ପୋଲିସ ମାନେ କାହିଁକି ଆଇନକୁ ହାତକୁ ନେଉଛନ୍ତି । ପୋଲିସ ବିରୁଦ୍ଧରେରେ କେବେ ହେବ କାର୍ଯ୍ୟାନୁଷ୍ଠାନ ତାହାକୁ ଦେଖିବାକୁ ରହିଲା ଅପେକ୍ଷା ।

Sponsored
Taking stern note of the allegations that a man was brutally thrashed during night patrolling, | Argus English