Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 24 ବର୍ଷର ବିଜେଡି ଶାସନରେ ସୀମା, ସଂସ୍କୃତି ଓ ଭାଷା ଅସୁରକ୍ଷିତ ଅଭିଯୋଗ

Odisha

24 ବର୍ଷର ବିଜେଡି ଶାସନରେ ସୀମା, ସଂସ୍କୃତି ଓ ଭାଷା ଅସୁରକ୍ଷିତ ଅଭିଯୋଗ

Smruti Parija
Browse all articles by Smruti Parija
·2 years ago·1 min read
24 ବର୍ଷର ବିଜେଡି ଶାସନରେ ସୀମା, ସଂସ୍କୃତି ଓ ଭାଷା ଅସୁରକ୍ଷିତ ଅଭିଯୋଗ

ଭୁବନେଶ୍ୱର:  ଆଜି ବିଜେଡି ପାଳୁଛି 27 ତମ ପ୍ରତିଷ୍ଠା ଦିବସ । ହେଲେ ଆଞ୍ଚଳିକ ଦଳ ଶାସନରେ ରାଜ୍ୟରେ ସୀମା, ସଂସ୍କୃତି ଓ ଭାଷା ଅସୁରକ୍ଷିତ ହୋଇପଡିଥିବା ଅଭିଯୋଗ ହୋଇଛି । 24 ବର୍ଷର ବିଜେଡି ସରକାରର ଶାସନରେ ସୀମାରେ ବଢିଛି ବାହାର ରାଜ୍ୟର ଅନୁପ୍ରବେଶ । କୋରାପୁଟ କୋଟିଆରେ ପଶି ଓଡ଼ିଶାର ଜମି ଉପରେ ଅଧିକାର ଜାହିର କରୁଛି ଆନ୍ଧ୍ର । 

ଯାହା 24 ବର୍ଷ ସରକାରଙ୍କ ପୁରୁଷାର୍ଥ ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ । ସେପଟେ ବିଜେଡି ସରକାରଙ୍କ ଅମଳରେ ରାଜ୍ୟରେ ବଢିଛି ଦାଦନ ଯନ୍ତ୍ରଣା । ରାଜ୍ୟରେ ରୋଗଜାରର ପନ୍ଥା ନପାଇ ବାହାର ରାଜ୍ୟକୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି ଲୋକେ । ରୋଜଗାର ଆଶାରେ ଯାଇ ଶବ ହୋଇ ଫେରୁଛନ୍ତି । 

ସେପଟେ ଚାଷୀଙ୍କ ସ୍ଥିତି ତ ନକହିଲେ ଭଲ । 24 ବର୍ଷର ଅପାରଗ ଶାସନରୁ ରାଜ୍ୟରେ ପଡିଛି ବଡ଼ ଦୁର୍ବିପାକ ଯାହା ମନୁଷ୍ୟକୃତ । ବିଜେଡି ସରକାରରେ ହିଁ ଓଡ଼ିଶାବାସୀ ଭୋଗୁଛନ୍ତି ଏଭଳି ଦୁର୍ବିପାକ ଯନ୍ତ୍ରଣା । ଗୋଟିଏ ପଟେ 27 ତମ ପ୍ରତିଷ୍ଠା ଦିବସ ପାଳୁଛି ଦଳ। ହେଲେ ଅନ୍ୟପଟେ ବିଭିନ୍ନ ସମସ୍ୟାରେ ଘାଣ୍ଟି ହୋଇ ଯନ୍ତ୍ରଣା ଭୋଗୁଛନ୍ତି ରାଜ୍ୟବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Allegations of insecurity of border, culture and language during 24 years of BJD rule | Argus English