Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦ୍ୱିତୀୟ ଶ୍ରେଣୀ ଶିଶୁ କନ୍ୟାକୁ ସଂପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ

Odisha

ଦ୍ୱିତୀୟ ଶ୍ରେଣୀ ଶିଶୁ କନ୍ୟାକୁ ସଂପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ

Smruti Parija
Browse all articles by Smruti Parija
·2 years ago·1 min read
ଦ୍ୱିତୀୟ ଶ୍ରେଣୀ ଶିଶୁ କନ୍ୟାକୁ ସଂପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ

ଦେବଗଡ:  ଦ୍ୱିତୀୟ ଶ୍ରେଣୀ ଶିଶୁ କନ୍ୟାକୁ ଦୁଷ୍କର୍ମ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ଦେବଗଡ଼ ବାରକୋଟ ଥାନା ଅଞ୍ଚଳ ମରଡ଼ଙ୍ଗ ଗ୍ରାମରେ । ଜଣେ ସଂପର୍କୀୟ ମାମୁଁ ଦୁଷ୍କର୍ମ କରିଥିବା ବାରକୋଟ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଶିଶୁ କନ୍ୟା ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  

ଗତ ମଙ୍ଗଳବାର ଦିନ ଘଟଣା ଘଟିଥିବାବେଳେ ଅଭିଯୁକ୍ତର ଧମକ ଯୋଗୁଁ ପାଟି ଫିଟାଉନଥିଲେ ପରିବାର ଲୋକ । ପୀଡିତା ଶିଶୁ କନ୍ୟାର ବାପା ଘରେ ରହୁନଥିବାବେଳେ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୂଚନା ପାଇ ଆଜି ଘରକୁ ପହଂଚିବା ପରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କଲେ ପୀଡିତା ଶିଶୁ କନ୍ୟାର ମା' ।

ତେବେ ଅଭିଯୁକ୍ତ ସମ୍ପର୍କୀୟ ମାମୁଁ ହାଡ଼ି ନାଏକ ଫେରାର ରହିଛି । ଦେବଗଡ଼ ଏସଡ଼ିପିଓ ସୌମ୍ୟ ରଞ୍ଜନ ମଲ୍ଲିକ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତକୁ ଧରିବାକୁ ପୁଲିସର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Allegation of misbehavior of uncle in relation to girl-child-in-deogarh | Argus English