Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବ୍ୟକ୍ତିଗତ ଓ ଆପତ୍ତିଜନକ କଥା ବିଷୟରେ ଆଲୋଚନା କରୁଛନ୍ତି ଅଧ୍ୟାପକ

Odisha

ବ୍ୟକ୍ତିଗତ ଓ ଆପତ୍ତିଜନକ କଥା ବିଷୟରେ ଆଲୋଚନା କରୁଛନ୍ତି ଅଧ୍ୟାପକ

Smruti Parija
Browse all articles by Smruti Parija
·2 years ago·1 min read
ବ୍ୟକ୍ତିଗତ ଓ ଆପତ୍ତିଜନକ କଥା ବିଷୟରେ ଆଲୋଚନା କରୁଛନ୍ତି ଅଧ୍ୟାପକ

ପୁରୀ: ପୁରୀ ସରକାରୀ ମହିଳା କଲେଜର ଅଧ୍ୟାପକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । କ୍ଲାସ ରୁମରେ ଛାତ୍ରୀଙ୍କ ସହ ଆପତ୍ତିଜନକ ଆଲୋଚନା କରୁଥିବା ଅଭିଯୋଗ ହୋଇଛି । କ୍ଲାସ ରୁମରେ ପାଠ ପଢ଼ାଇବା ବଦଳରେ ବ୍ୟକ୍ତିଗତ ଓ ଆପତ୍ତିଜନକ ବିଷୟରେ କହୁଛନ୍ତି ଅଧ୍ୟାପକ । ଏପରି ଅଭିଯୋଗ ଆସିଛି ପୁରୀ ସରକାରୀ ମହିଳା କଲେଜର ଇଂରାଜୀ ଅଧ୍ୟାପକଙ୍କ ବିରୋଧରେ । 


ଅଭିଯୋଗ ଆଣିଛନ୍ତି କଲେଜର ଯୁକ୍ତ ୩ ଛାତ୍ରୀ । ଅଭିଯୋଗ ଅନୁସାରେ, ଇଂରାଜୀ ବିଭାଗର ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ସେଠୀ, କ୍ଲାସ ରୁମରେ ପିଲାମାନଙ୍କୁ ନିଜ କ୍ଷମତା, ସ୍ଥିତି, ପରିବାର, କଲେଜ ପ୍ରସଙ୍ଗ ଛଡ଼ା କିଛି ଅନାବଶ୍ୟକ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି । ଛାତ୍ରୀମାନେ କିପରି ଦେଖାଯିବା ଦରକାର ? କାହିଁକି ସ୍ମାର୍ଟ ହେଉନାହଁ ? ନିଜର ବୟସ କେତେ ଆଦି ଅନ୍ୟାନ୍ୟ ଅନାବଶ୍ୟକ କଥା କ୍ଲାସରୁମରେ ପିଲାମାନଙ୍କୁ ପଚାରୁଥିବା ନେଇ ଅଭିଯୋଗ ହୋଇଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
allegation-against-puri-govt-womens-college-english-faculty- | Argus English