ଅପହଞ୍ଚ ଇଲାକାରେ ଚିକିତ୍ସା ଉପକରଣ ପହଞ୍ଚାଇବ ଡ୍ରୋନ୍

ଅର୍ଗସ ବ୍ୟୁରୋ : ମେଡିକାଲ୍ ସାଇନ୍ସ୍ ଓ ପ୍ରଯୁକ୍ତି ବିଦ୍ୟାର ସମ୍ମିଶ୍ରଣ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆସିବ ବୈପ୍ଲବିକ ପରିବର୍ତ୍ତନ । ରାଜଧାନୀ ଭୁବନେଶ୍ବରରେ ପ୍ରଥମଥର ପାଇଁ ଚିକିତ୍ସା କ୍ଷେତ୍ରରେ ଡ୍ରୋନ୍ର ବ୍ୟବହାର । ଅସମୟରେ ଅପହଞ୍ଚ ଇଲାକାରେ ସହଜରେ ପହଞ୍ଚିବ ସ୍ବାସ୍ଥ୍ୟସେବା । ସେ ଚିକିତ୍ସା ଉପକରଣ ହେଉ କି ରକ୍ତ, ଖୁବ କମ ସମୟ ମଧ୍ୟରେ ଡ୍ରୋନ୍ ପହଞ୍ଚାଇବ ସେବା ।
ଏମ୍ସ ଭୁବନେଶ୍ବର ପକ୍ଷରୁ ଆଜି ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି ରକ୍ତ । ପୂର୍ବରୁ ଏହାର ପରୀକ୍ଷାମୂଳକ ଉଡ଼ାଣ ସରିଥିବା ବେଳେ ଆଜି ସଫଳତା ପୂର୍ବକ ନିଜ କାର୍ଯ୍ୟ ସମ୍ପାଦନ କରିଛି ଡ୍ରୋନ୍ । ଆଗାମୀ ଦିନରେ ଲୋକଙ୍କୁ ଶୀଘ୍ର ଓ ଉନ୍ନତମାନର ଚିକିତ୍ସା ଯୋଗାଇବାରେ ହେବ ସହାୟକ ।
ଅଧିକ ପଢନ୍ତୁ : ସ୍ବାସ୍ଥ୍ୟ ସେବାରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କଲା ଭୁବନେଶ୍ବର ଏମ୍ସ
📱 Get Argus News App
✨ଏବେ ଜାଣିବା ଏହି ଡ୍ରୋନର କଣ ରହିଛି ବିଶେଷତ୍ବ । ଭର୍ଟିକାଲ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ କରିବାରେ ସକ୍ଷମ ଏହି ଡ୍ରୋନ୍ । ଗୋଟିଏ ସ୍ଥାନରୁ ଉଡ଼ାଣ ଭରି ଅନ୍ୟ ସ୍ଥାନରେ ଅବତରଣ କରିବାର ଦକ୍ଷତା । ୧୨୦ କିଲୋମିଟର ବେଗରେ ଉଡ଼ିପାରିବ ଡ୍ରୋନ୍ । ଥରେ ଚାର୍ଜ କଲେ ୨୫ରୁ ୩୦ ମିନିଟ ଉଡ଼ିବାର କ୍ଷମତା । ଥରକରେ ୮୦ରୁ ୯୦ କିଲୋମିଟର ଯାତ୍ରା କରିପାରିବ ଡ୍ରୋନ୍ । ୨ରୁ ୫ କିଲୋଗ୍ରାମ ଓଜନର ସାମଗ୍ରୀ ନେବାରେ ସକ୍ଷମ ଏହି ଡ୍ରୋନ ।