Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବଦଳିଲେ ପ୍ରଭାରୀ ବଦଳିବ କି ରାଜ୍ୟ କଂଗ୍ରେସର ଭାଗ୍ୟ ?

Odisha

ବଦଳିଲେ ପ୍ରଭାରୀ ବଦଳିବ କି ରାଜ୍ୟ କଂଗ୍ରେସର ଭାଗ୍ୟ ?

Smruti Parija
Browse all articles by Smruti Parija
·2 years ago·2 min read
ବଦଳିଲେ ପ୍ରଭାରୀ ବଦଳିବ କି ରାଜ୍ୟ କଂଗ୍ରେସର ଭାଗ୍ୟ ?

Key Points

- ବଦଳିଲେ ପ୍ରଭାରୀ ବଦଳିବ କି ରାଜ୍ୟ କଂଗ୍ରେସର ଭାଗ୍ୟ ?
- ନିର୍ବାଚନ ପୂର୍ବରୁ ନୂଆ ପ୍ରଭାରୀ ଦଳକୁ ଦେଇ ପାରିବେ ତ ବଳ ?
- ଅସଜଡା ଘରକୁ ସଜାଡିବା ଅଜୟଙ୍କ ପାଇଁ ହେବ କି ଚ୍ୟାଲେଞ୍ଜ ?
- ଖସି ଚାଲିଥିବା କଂଗ୍ରେସର ଗ୍ରାଫକୁ କେମିତି ସମ୍ଭାଳିବେ ଅଜୟ ?
- ରାଜ୍ୟ ସରକାରଙ୍କ ବିରୋଧରେ ନରମ ଆଭିମୁଖ୍ୟ ଚେଲାଙ୍କ ପାଇଁ ହେଲା କି କାଳ ? 
- ନିର୍ବାଚନରେ ବିଜେଡି ସହ ଭିତିରି ବୁଝାବଣା ରାଜ୍ୟ କଂଗ୍ରେସ ବିପର୍ଯ୍ୟୟର କି ମୂଳ କାରଣ ? 
- ଖଡଗେଙ୍କ ରଣନୀତି ଓ ଅଜୟଙ୍କ ଅଭିଜ୍ଞତାରେ ଅମାନତ ବଞ୍ଚାଇ ପାରିବ ତ କଂଗ୍ରେସ ? 

 ଅର୍ଗସ ବ୍ୟୁରୋ: ପ୍ରଦେଶ କଂଗ୍ରେସ ପାଇଁ ନିଯୁକ୍ତ ହୋଇଛନ୍ତି ନୂଆ ପ୍ରଭାରୀ । ଅଜୟ କୁମାରଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଭାବେ ଦାୟୀତ୍ବ ଦେଇଛି ଏଆଇସିସି । ଓଡ଼ିଶା ସହିତ ତାଙ୍କୁ ତାମିଲନାଡୁ ଓ ପୁଡୁଚେରୀରର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଚେଲ୍ଲା କୁମାରଙ୍କ ସ୍ଥାନରେ ଏବେ ଓଡିଶା କଂଗ୍ରେସକୁ ମାର୍ଗଦର୍ଶନ କରିବେ ଅଜୟ କୁମାର । କିନ୍ତୁ ସାଧାରଣ ନିର୍ବାଚନକୁ ଦିନ କେଇଟା ବାକି ଥିବା ବେଳେ ନୂଆ ଦାୟୀତ୍ବ ଅଜୟଙ୍କ ପାଇଁ ହେବ ଅଗ୍ନୀ ପରୀକ୍ଷା। ନେତାଙ୍କ ନେତୃତ୍ବ ବିରୋଧୀ ଆଭିମୁଖ୍ୟ, ଅସଜଡା ସଙ୍ଗଠନ, ଖସୁଥିବା ଭୋଟ୍ ବ୍ୟାଙ୍କ, ନେତୃତ୍ବହୀନ ନିର୍ବାଚନ ମଣ୍ଡଳୀ, ଟିକେଟ କସରତ ଓ ବଣ୍ଟନ, ପ୍ରଚାର ଷ୍ଟ୍ରାଟେଜି, ସରକାର ବିରୋଧୀ ମୁଦ୍ଦା ପ୍ରସ୍ତୁତ, ସବୁ ଛାମୁଆ ସଙ୍ଗଠନକୁ ସାଙ୍ଗରେ ନେଇ ଚାଲିବା ଅଜୟଙ୍କ ପାଇଁ ହୋଇପାରେ ବଡ ଚ୍ୟାଲେଞ୍ଜ । 

ଏସବୁ ଭିତରେ ରାଜ୍ୟ କଂଗ୍ରେସର ସ୍ଥିତି ଉପରେ ନଜର ପକାନ୍ତୁ । 2009 ପରଠୁ ରସାତଳଗାମୀ କଂଗ୍ରେସର ଭୋଟ୍ ହାର।  2009 ବିଧାନସଭା ନିର୍ବାଚନରେ 33 ପ୍ରତିଶତ ଭୋଟ ପାଇଥିବା କଂଗ୍ରେସର ଭୋଟ୍ ହାର 2014 ନିର୍ବାଚନରେ ଖସିଆସିଥିଲା 25.74 ପ୍ରତିଶତକୁ। ଆଉ 2019 ନିର୍ବାଚନରେ ଆହୁରି ତଳକୁ ଖସି ପହଞ୍ଚିଥିଲା 16 ପ୍ରତିଶତରେ। ସେହି 2019ରେ ଲୋକସଭା ଭୋଟରେ ଦଳର ସ୍ଥିତି ଆହୁରି ହୋଇଥିଲା ଦୟନୀୟ। ଯଦିଓ ଗୋଟିଏ  ଆସନ ହାତେଇଥିଲା ଦଳ କିନ୍ତୁ ମାତ୍ର 13.99 ପ୍ରତିଶତ ଭୋଟ୍ ମିଳିଥିଲା କଂଗ୍ରେସକୁ । 2019 ପରେ ରାଜ୍ୟରେ ହୋଇଥିବା ଉପନିର୍ବାଚନ ଗୁଡିକରେ କଂଗ୍ରେସର ଗ୍ରାଫ ଭୟଙ୍କର ଭାବେ ଖସିଥିଲା।  ପାଟକୁରା , ବିଜେପୁର , ବାଲେଶ୍ବର, ଧାମନଗର, ପଦମପୁର, ଝାରସୁଗୁଡା ଉପନିର୍ବାଚନରେ କଂଗ୍ରେସର ଭୋଟ ହାର 3 ପ୍ରତିଶତ ଟପି ପାରିନଥିଲା। 2024ରେ ବିଜେପି-ବିଜେଡିର କଡା ଫାଇଟ ମଧ୍ୟରେ କଂଗ୍ରେସର ସ୍ଥାନ କେଉଁଠି ରହିବ ତାକୁ ନେଇ ସନ୍ଦେହରେ ରାଜନୈତିକ ସମୀକ୍ଷକ ।

ପ୍ରଭାରୀ ପରିବର୍ତ୍ତନ ପୂର୍ବରୁ ଦିଲ୍ଲୀରେ ରାଜ୍ୟ କଂଗ୍ରେସ ନେତୃତ୍ବଙ୍କୁ ନେଇ ହୋଇଥିଲା ବଡ ବୈଠକ । ଚର୍ଚ୍ଚା ହେଉଛି  କୁଆଡ଼େ ଏହି ବୈଠକରେ ବିଜେଡି ସହ ଦଳୀୟ ନେତାଙ୍କ ଭିତିରି ବୁଝାମଣା ଓ ଖଣି ବ୍ୟବସାୟୀଙ୍କ ସହ ଓଡ଼ିଶା କଂଗ୍ରେସର ସମ୍ପର୍କକୁ ନେଇ ଅସନ୍ତୋଷ ଝାଡିଥିଲେ ଖଡଗେ। ଜଗଦୀଶ ଟାଇଟଲ, ବି.କେ ହରି ପ୍ରସାଦଙ୍କ ଠୁ ନେଇ ଚେଲା କୁମାରଙ୍କ ପର୍ଯ୍ୟନ୍ତ ଯେତେ ବି ପ୍ରଭାରୀ ଆସିଛନ୍ତି ସମସ୍ତେ କେବଳ ସଭାପତିଙ୍କ ସାଙ୍ଗରେ ଧରି ଅନ୍ୟ ନେତାଙ୍କୁ ଅଣଦେଖା କରିଥିବା ଦଳ ଭିତରୁ ଅଭିଯୋଗ ହୋଇ ଆସିଛି । ଯେଉଁଥିପାଇଁ ଅନେକ ପୁରାଣା ନେତା ଦଳ ଛାଡିବା ସହ ଦଳ ଦିନକୁ ଦିନ ବିପର୍ଯ୍ୟୟ ଆଡକୁ ଯାଇଛି । ଏଭଳି ସ୍ଥିତିରେ ଅଜୟ କୁମାର ସେଇ ରାସ୍ତାରେ ଯିବେ ନା ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବେ ତାହା ସମୟ କହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
AICC has blamed Ajay Kumar as the new in-charge of Odisha Pradesh Congress | Argus English