|
logo
Live

Argus News - ପୁଣି ଗଜପତି ମୁହାଁ ମହାବଳ ବାଘ

Odisha

ପୁଣି ଗଜପତି ମୁହାଁ ମହାବଳ ବାଘ

Ritu Das
Browse all articles by Ritu Das
·2 years ago·2 min read
ପୁଣି ଗଜପତି ମୁହାଁ ମହାବଳ ବାଘ

ଅର୍ଗସ ବ୍ୟୁରୋ: ଗଜପତି ଜିଲ୍ଲାରେ ପୁଣି ମହାବଳ ବାଘ ଆତଙ୍କ । ଆନ୍ଧ୍ରର ସାରାଳି ନିକଟରେ ରହିଛି ବାଘ । ଯାହାକି ପାରଳାଖେମୁଣ୍ଡି ସହରଠୁ ମାତ୍ର 2 କିମି ଦୂର । କେତେବେଳେ ବି ବାଘ ସହର ଭିତରକୁ ପ୍ରବେଶ କରିପାରେ ତାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ୟା ଭିତରେ ଦୁଇଟି ଗାଈକୁ ମାରି ଖାଇ ସାରିଛି ବାଘ । 

ପୁଣିଥରେ ଗୋଟିଏ ଗାଈକୁ ମାରି ଖାଇଲା ମହାବଳବାଘ, ଗତ ୨୧ ତାରିଖ ରାତିରେ ୮ଟାରେ ରାୟଗଡ ବ୍ଲକ କୁମୁଲୁସିଂ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଁଳାବର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ଗାଈ କୁ ଗୋଟିଏ ମହାବଳ ବାଘ ଖାଇଥିବାର ଫୋଟୋ ଗୋଟିଏ ଟ୍ରାପ କ୍ୟାମେରା ରେ କଏଦ ହୋଇଛି। ମହାବଳ ବାଘ ଟି ଗତ ଦୁଇ ଦିନ ହେଲା ଆନ୍ଧ୍ର ପ୍ରଦେଶ ର ସାରାଳି  ନିକଟରେ ବୁଲୁଥିବାର ଖବର ରହିଥିଲା I ଗତକାଲି ଦେବଗିରି ବନ୍ୟାଞ୍ଚଳ ମହାବଳବାଘ ର ପାଦଚିହ୍ନ ଚିହ୍ନଟ ହୋଇଥିଲା,ବର୍ତ୍ତମାନ ସେ ମହାବଳ ବାଘଟି ଦେବଗିରି ବନାଞ୍ଚଳର କୁମୁଲୁସିଙ୍ଗି ବିଟ ଇଲାକାରେ ଚଳପ୍ରଚଳ କରୁଥିବାର ଦେଖାଯାଇଛି I ଏଥିପାଇଁ ଆଖପାଖ ଅଞ୍ଚଳର ସମସ୍ତ ଗ୍ରାମବାସୀ ଙ୍କୁ ସତର୍କ ସୂଚନା ଦିଆଯାଇଛି I ମାରି ଥିବା ଗାଈ ର ଅନୁକୁମ୍ପା ମୂଳକ ରାଶି ସରକାର ଙ୍କ ଧାର୍ଯ୍ୟ ଅନୁସାରେ 37500 ଟଙ୍କା ରୁସାନ ଶବର ଙ୍କୁ ଅତିଶୀଘ୍ର ଦିଆଯିବ ବୋଲି ଏସିଏଫ ଆଲୋକ ବେହେରା ସୂଚନା ଦେଇଛନ୍ତି।

ଗତ ଏକ ମାସ ହେଲା ସେହି ଅଞ୍ଚଳରେ ମହାବଳ ବୁଲିବା ସହ ଗୃହପାଳିତ ପ୍ରାଣୀଙ୍କ ଜୀବନ ନେଲାଣି । ଯଦି ଓ ବର୍ତ୍ତମାନ ସୁଦ୍ଧା କୌଣସି ଲୋକଙ୍କ ପ୍ରାଣ ହୟାଇନାହିଁ, ତଥାପି ଜୀବନ ଯେ ନହେବ ତାହା କିଏ କହିବ । ତେଣୁ ପିଲାମାନେ ସ୍କୁଲ ଯିବା କିମ୍ବା ସାଧାରମ ଲୋକେ କୌଣସି କାମରେ ବାହାରକୁ ଯିବା ପାଇଁ ସହାସ କରିପାରୁନାହାନ୍ତି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ଆନ୍ଧ୍ରର ବନ ବିଭାଗ ବାଘକୁ ପଡ଼ିଶା ପଠାଉଥିବା ବେଳେ ଓଡିଶା ବନ ବିଭାଗ ଆନ୍ଧ୍ରକୁ ପଠାଉଛି । କିନ୍ତୁ ବାଘକୁ ଧରିବା ପାଇଁ ଏଯାଏଁ କୌଣସି ପ୍ରୟାସ ନହେବା ସେମାନେଙ୍କୁ ଚିନ୍ତାରେ ପକାଇଥିବା ଲୋକେ କହିଛନ୍ତି । ତୁରନ୍ତ ଏ ଦିଗରେ ଧ୍ୟାନ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
ପୁଣି ଗଜପତି ମୁହାଁ ମହାବଳ ବାଘ | Argus English