|
logo
Live

Argus News - ପୁଣି ସାମ୍ନାକୁ ଆସିଲା ଆରଡି ବିଭାଗର ଦୁର୍ନୀତି

Odisha

ପୁଣି ସାମ୍ନାକୁ ଆସିଲା ଆରଡି ବିଭାଗର ଦୁର୍ନୀତି

Ritu Das
Browse all articles by Ritu Das
·2 years ago·2 min read
ପୁଣି ସାମ୍ନାକୁ ଆସିଲା ଆରଡି ବିଭାଗର ଦୁର୍ନୀତି

ଅର୍ଗସ ବ୍ୟୁରୋ: ଗାଁ ଗାଁ ରେ ସଡ଼କ ହେବ ଲୋକେ ସୁବିଧା ପାଇବେ ବୋଲି ରାସ୍ତା ତିଆରି ହେଲା, ହେଲେ ରାସ୍ତା କାମ ନ ସରୁଣୁ ଉଠି ଯାଉଛି ପରସ୍ତ ପରସ୍ତ ପିଚୁ l ଖଡ଼ିଆଳ ଆରଡି ବିଭାଗର ସ୍ୱଚ୍ଛତା କୁ ନେଇ ଉଠିଲା ପ୍ରଶ୍ନ l ଏ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ର ବଡ଼ ମହେଶ୍ୱର ଗାଁରୁ କୁଳିଗାଁ ରାସ୍ତା l ଏଠାରେ କୋଟି କୋଟି ଟଙ୍କାରେ ନିର୍ମାଣ ଚାଲୁଛି ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା। ହେଲେ ରାସ୍ତା କାମ ନ ସରୁଣୁ ରାସ୍ତା ଅବସ୍ଥା ବେହାଲ l ଥରେ ରାସ୍ତା କାମ ଉପରେ ନଜର ପକାନ୍ତୁ ରାସ୍ତାରୁ କେମିତି ପିଚୁ ପରସ୍ତ ପରସ୍ତ ଉଠୁଛି l ପୁଣି କଉଠି ରାସ୍ତା ପାର୍ଶ୍ଵ ରେ ପିଚୁ ଦବୁଛି l ଏପରି ଅବସ୍ଥା ରେ ରାସ୍ତା ର ଆୟୁ କେତେ ବର୍ଷ ତାହା ଜଳ ଜଳ ହୋଇ ଜଣା ପଡୁଛି l ରାସ୍ତା କାମ ନିମ୍ନ ମାନ ନେଇ ଗାଁ ଲୋକେ ଅଭିଯୋଗ ସତ୍ତ୍ବେ ଠିକାଦାର ମନ ମୁଖି ଚଳାଇ ଯୋଗୁଁ ରାସ୍ତା ଖରାପ ହେଉଥିବା ଅଭିଯୋଗ ହେଉଛି l

ଖାଲି ରାସ୍ତା ନୁହେଁ ଏହି ରାସ୍ତା ରେ ନିର୍ମାଣ ହେଉଥିବା କଲଭର୍ଟ କାମ ମଧ୍ୟ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ ସାଙ୍ଗକୁ ଅନ୍ୟ ପୋଲିଆ ମାନେ ମନ୍ଥର ଗତି ରେ ଚାଲୁଥିବା ଅଭିଯୋଗ l ରାସ୍ତା କାମ ଅଧାରୁ ବୋର୍ଡ ତିଆରି କୁ ନେଇ ମଧ୍ୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି l ଏ ନେଇ ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି ଙ୍କ ନେତୃତ୍ୱ ରେ ଗାଁ ଲୋକେ ଖଡ଼ିଆଳ ଆରଡି ଅଫିସ ଦ୍ୱାରସ୍ଥ ହୋଇ ରାସ୍ତା ଅବସ୍ଥା କହିଛନ୍ତି l ରାସ୍ତା କାମ ଉନ୍ନତମାନର ନ ହେଲେ ଆଗକୁ ଆନ୍ଦୋଳନର ଚେତାବନୀ ଦେଇଛନ୍ତି l ସେପଟେ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ତଦନ୍ତ କରାଯିବ ବୋଲି କହିଛନ୍ତି l

ରାସ୍ତା ସୁବିଧା କରିବା ବଦଳରେ ଲୋକଙ୍କୁ ଭୁଆଁ ବୁଲାଇ ଖାମ ଖିଆଲି ଚାଲିଛି l ରାସ୍ତା କାମ ନ ସୁରୁଣୁ ଉଠୁଛି ପିଚୁ ହେଲେ ଅଧିକାରୀ ଯନ୍ତ୍ରୀ ଚୁପ l କେବେ ପ୍ରଶାସନ ବଡ଼ ମହେଶ୍ୱର-କୁଲିଗାଁ ରାସ୍ତା ଉପରେ ନଜର ପଡିବ ତାହାକୁ ଅପେକ୍ଷା ରହିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
ପୁଣି ସାମ୍ନାକୁ ଆସିଲା ଆରଡି ବିଭାଗର ଦୁର୍ନୀତି | Argus English