|
logo
Live

Argus News - ଧରାପଡିଗଲା ପାଣ୍ଡିଆନଙ୍କ ମିଛ ! କଣ କରିଛନ୍ତି କହିଲେ ସୂରଜ

Odisha

ଧରାପଡିଗଲା ପାଣ୍ଡିଆନଙ୍କ ମିଛ ! କଣ କରିଛନ୍ତି କହିଲେ ସୂରଜ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଧରାପଡିଗଲା ପାଣ୍ଡିଆନଙ୍କ ମିଛ  ! କଣ କରିଛନ୍ତି କହିଲେ ସୂରଜ

ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ ଫାଇଭ୍-ଟି ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଧାମନଗରର ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ଆଜି ଭଦ୍ରକରେ ଏକ ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନଙ୍କ ଉପରେ ବର୍ଷିବା ସହ ଭଦ୍ରକର ବିକାଶ ନେଇ ପ୍ରଶ୍ନ କରିଛନ୍ତି। ଗୋଟିଏ ସରକାରୀ ସଭା ମଞ୍ଚରେ କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ତଥା କ୍ୟାବିନେଟ ମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପଦ ପଦବୀରେ ଥିବା ଜଣେ ବ୍ୟକ୍ତି ସମାଲୋଚନା କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି । ପାଣ୍ଡିଆନଙ୍କ ଏଭଳି ମନ୍ତବ୍ୟ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ବୋଲି ସେ କହିଛନ୍ତି । ଏହା ଗଣତନ୍ତ୍ରକୁ ସୁହାଉ ନାହିଁ। ଭବିଷ୍ୟତରେ ଏହା ଗଣତନ୍ତ୍ର ପ୍ରତି ବିପଦ ଆଣିଦେବ ବୋଲି ଆଶଙ୍କା କରିଛନ୍ତି ସୂରଜ। ଯେଉଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ବିକି ପାଣ୍ଡିଆନ ମହୋଦୟ ଚଳୁଛନ୍ତି, ସେହି ମୁଖ୍ୟମନ୍ତ୍ରୀଙ୍କଠାରୁ ଶାଳୀନତା ଶିଖନ୍ତୁ ବୋଲି ସୂରଜ କହିଛନ୍ତି।

 
କେବଳ ଏତିକି ନୁହେଁ, ବନ୍ୟା ବାତ୍ୟା ସମୟରେ ରାଜ୍ୟ ସରକାରଙ୍କ ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୂରଜ । ଏବେ ଆରଡ଼ିର ଆଖଣ୍ଡଳମଣି ପୀଠରୁ ଅସୁରାଳି ଯାଏ ହେଲିକପ୍ଟରରେ ଆସୁଥିବା ପାଣ୍ଡିଆନ ମହୋଦୟଙ୍କ ହେଲିକପ୍ଟର କଣ ଗତ ଅଗଷ୍ଟରେ ଆସିଥିବା ବନ୍ୟାବେଳେ କାମ କଲାନାହିଁ କି? ସେତେବେଳେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆସି ଦୋବଲରୁ ବୁଲି ପଳାଇଥିଲେ । ତେବେ ବନ୍ୟା ବିପନ୍ନଙ୍କୁ ୭ ଦିନର ରିଲିଫ ଦେବାକୁ ଘୋଷଣା କରିଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ରିଲିଫ ମିଳିଲା ନାହିଁ ବୋଲି ସୂରଜ ଅଭିଯୋଗ କରିଛନ୍ତି ।

ଧାମନଗରର ବନ୍ୟା ନିୟନ୍ତ୍ରଣ ପାଇଁ ୨ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା ଆମେ ଆଶା କରିଥିଲୁ । ସମସ୍ତ ନଦୀବନ୍ଧକୁ କ୍ୟାପିଟାଲ ଏମ୍ବାକମେଣ୍ଟ ଓ ଧାମନଗର ଅଞ୍ଚଳରେ ଥିବା ସମସ୍ତ ଏସକେପକୁ ବନ୍ଦ କରିବା ଲାଗି ଏହି ଟଙ୍କା ଆବଶ୍ୟକ। ଆମେ ଏହା ଆଶା କରିଥିଲୁ । ହେଲେ ପାଣ୍ଡିଆନ ମହୋଦୟ ତାହା ନ କରି ରାଜନୈତିକ ବୟାନବାଜି କରିବା ଦୁର୍ଭାଗ୍ୟଜନକ ବୋଲି ସେ ଦୋହରାଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଗତବର୍ଷର ଉପନିର୍ବାଚନ ପୂର୍ବରୁ ବିଜେପିର ପ୍ରତିଶ୍ରୁତି ଦେବା ଓ ନିର୍ବାଚନ ପରେ ପାଳନ ନ କରିବା ନେଇ ପାଣ୍ଡିଆନ ଯେଉଁ ଆରୋପ ଲଗାଇଥିଲେ ତାହାର କଡ଼ା ଜବାବ ଦେଇଛନ୍ତି ସୂରଜ । ସୂରଜ କହିଛନ୍ତି ଯେ ଆମେ ବଡ଼ ଟେଣ୍ଟ, ବଡ଼ ସଭା, ହେଲିକପ୍ଟରରେ ଆସିବାରେ ବିଶ୍ବାସ କରୁନାହୁଁ । ନିର୍ବାଚନରେ ବିଜୟ ପରେ ଧାମନଗର ନିର୍ବାଚନମଣ୍ଡଳୀର ୪୪ ପଞ୍ଚାୟତ, ଧାମନଗର ଏନ୍ଏସିର ମୋଟ୍ ୬୧୫ ରୁ ଅଧିକ ଗାଁ ବୁଲିଛି । ପାଦରେ ଚାଲି ଚାଲି ଯାଇ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲି। ଲୋକଙ୍କ ସମସ୍ୟାର ସମାଧାନ କରୁଥିଲି। ଯେଉଁ ସମୟରେ ପାଣ୍ଡିଆନ ଏଠି ସଭା କରୁଥିଲେ, ସେହି ସମୟରେ ସାହସପୁର ଗାଁରେ ପହଞ୍ଚି ଅଗ୍ନି ବିପନ୍ନଙ୍କ ଦୁଃଖ ବୁଝୁଥିଲି ବୋଲି ସୂରଜ କହିଛନ୍ତି।

Sponsored
ଧରାପଡିଗଲା ପାଣ୍ଡିଆନଙ୍କ ମିଛ ! କଣ କରିଛନ୍ତି କହିଲେ ସୂରଜ | Argus English