Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୁର୍ଗମରେ ପହଞ୍ଚିପାରୁନି ବିକାଶ

Odisha

ଦୁର୍ଗମରେ ପହଞ୍ଚିପାରୁନି ବିକାଶ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୁର୍ଗମରେ ପହଞ୍ଚିପାରୁନି ବିକାଶ

ଅର୍ଗସ ବ୍ୟୁରୋ:  ଆମେ କହୁଛୁ ଗଜପତି ଜିଲ୍ଲା ମୋହନ ବ୍ଲକ ମାଣ୍ଡିମେରା ର ଏହି ପାହାଡିଆ ଦୁର୍ଗମ ଇଲାକାରେ ଥିବା ଗୁବେଲ ଗାଁ କଥା । ରାଜ୍ୟ ସରକାରଙ୍କ  ଦିର୍ଘ ବର୍ଷ ଶାସନ ପରେ ବି  ବିକାଶ ପହଞ୍ଚି ପାରି ନାହି ଏହି ଗାଁରେ  । କହିବା କୁ ଗଲେ କେନ୍ଦ୍ର ସରକାରଙ୍କ ଗ୍ରାମ ଜ୍ୟୋତି ଯୋଜନା ଛଡା ରାଜ୍ୟ ସରକାରଙ୍କ ଅନ୍ୟ କିଛି ଯୋଜନା ଏହି ପାହାଡିଆ ଜଙ୍ଗଲି ରାସ୍ତା ଦେଇ ଯିବାକୁ ଭୟ କରୁଛି । ରାସ୍ତା କହିଲେ ସୁଉଚ୍ଚ ପାହାଡରେ ଅଙ୍କା ବଙ୍କା ହୋଇ ଦୀର୍ଘ ୫ ରୁ ୭ କିଲୋମିଟର ଅତିକ୍ରମ କରି ପହଞ୍ଚିବାକୁ ପଡେ ଏହି ଗୁବେଲ ଗ୍ରାମରେ । ଗାଁର ପହଞ୍ଚି ପାରୁନାହିଁ ମୌଳିକ ସୁବିଧା ।

ଗ୍ରାମବାସୀଙ୍କ ଦୈନନ୍ଦିନ କାର୍ଯ୍ୟ ଲାଗି ପଞ୍ଚାୟତକୁ କିମ୍ବା ବ୍ଲକକୁ ଯିବାକୁ ହେଲେ ଏହି ଖରାପ ରାସ୍ତା ଦେଇ ହିଁ ଯିବାକୁ ପଡେ । ସ୍ଵାସ୍ଥ୍ୟଗତ ସମସ୍ୟା କଥା ପଡ଼ିଲେ ଖଟିଆ ସାହାଯ୍ୟରେ ଚାରି କାନ୍ଧରେ ଦୀର୍ଘ ସାତ କିଲୋମିଟର ଆସିବାକୁ ପଡେ । ତେବେ ଯାଇ କୌଣସି ଗାଡି କିବା ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲକୁ ଯାଇ ହୁଏ । ଏପରିକି ଏହି ଗ୍ରାମରେ ଗୋଟେବି ଆବାସ ଘର ଦେଖିବାକୁ ପାଇପାରିବେନି ।

ବିକାଶ ବିକାଶ କହି ଡିଣ୍ଡୋରା ପିଟୁଥିବା ସରକାର କାଗଜ କଲାମରେ ବିକାଶ କରିଛନ୍ତି ନା ବିକାଶ ନାମରେ ଲୋକଙ୍କୁ ଭୁଆ ବୁଲାଉଛନ୍ତି । ତାହା ଏହି ଗୁବେଲ ଗ୍ରାମ ହିଁ ବୟାନ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Afraid to go through the forest road is the government's plan | Argus English