Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସରକାରୀ ପ୍ରାଣୀ ଚିକିତ୍ସାଳୟରେ ଚାଲିଛି ସାଂଘାତିକ ଖେଳ

Odisha

ସରକାରୀ ପ୍ରାଣୀ ଚିକିତ୍ସାଳୟରେ ଚାଲିଛି ସାଂଘାତିକ ଖେଳ

Jitendra Dash
Browse all articles by Jitendra Dash
·2 years ago·1 min read
ସରକାରୀ ପ୍ରାଣୀ ଚିକିତ୍ସାଳୟରେ ଚାଲିଛି ସାଂଘାତିକ ଖେଳ

ଅର୍ଗସ ବ୍ୟୁରୋ : ସରକାରୀ ଡାକ୍ତରୀ ଚିଠାରେ ବେସରକାରୀ ଔଷଧ ଦୋକାନର ବିଜ୍ଞାପନ । ଘରୋଇ ମେଡିସିନ ଷ୍ଟୋରକୁ ସରକାରୀ ଡାକ୍ତରଙ୍କ ଅନୁକମ୍ପା । ଡାକ୍ତରଖାନାରେ ଔଷଧ ମହଜୁଦ ସତ୍ତ୍ବେ, ବାହାରୁ ଔଷଧ ଆଣିବାକୁ ଲେଖୁଛନ୍ତି ଡାକ୍ତର । କୌଣସି ଘରୋଇ ଡାକ୍ତରଖାନାର ନୁହଁ, ବରଂ ବକ୍ସିବଜାର ଅଞ୍ଚଳରେ ଥିବା ସରକାରୀ ପ୍ରାଣୀ ଚିକିତ୍ସାଳୟ ନାଁରେ ଆସିଛି ଏପରି ଅଭିଯୋଗ । ସରକାରୀ ଡାକ୍ତର ଚିଠା ଲେଖି ସିଧାସଳଖ ଦୋକାନକୁ ପଠାଇଦେଉଛନ୍ତି ଔଷଧ ପାଇଁ । ଆଉ ଚିଠା ଯେତେ ଯିବ ସେତେ କମିଶନ କ୍ରେଡିଡ୍ ହେଉଛି ଡାକ୍ତରଙ୍କ ବ୍ୟାଙ୍କ ଖାତାରେ । 

କେବଳ ଡାକ୍ତର ନୁହେଁ କମ୍ପାଉଣ୍ଡରଠାରୁ ଆରମ୍ଭ କରି ଅଫିସ ଷ୍ଟାଫ ପର୍ଯ୍ୟନ୍ତ ନିଜ ନିଜ ର୍ୟାଙ୍କ ଅନୁଯାୟୀ ପାଉଛନ୍ତି କମିଶନ । ଏପରି କି ସାଧାରଣ ଇଞ୍ଜେକସନ ସିରିଞ୍ଜ ପାଇଁ ସେହି ଔଷଧ ଦୋକାନକୁ ପଠାଯାଉଛି ଲୋକମାନଙ୍କୁ । ଏଭଳି ଅଭିଯୋଗ ପରେ ହିନ୍ଦୁସେନା ତରଫରୁ ବିକ୍ଷୋଭ କରାଯିବା ସହିତ ତୁରନ୍ତ ଏ ସବୁ ବନ୍ଦ କରିବାକୁ ଦାବି ହୋଇଛି । ସରକାରୀ ପ୍ରାଣୀ ଚିକିତ୍ସାଳୟରେ ଡାକ୍ତର ଏବଂ କମ୍ପାଉଣ୍ଡର ପଶୁ ଚିକିତ୍ସା କରି ଲାଞ୍ଚ ନେଉଥିବା ଭିଡିଓ ମଧ୍ୟ ମୋବାଇଲରେ କଏଦ ହୋଇଛି । 

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସରକାରୀ ଚିକିତ୍ସାଳୟରେ ଏଭଳି ସାଂଘାତିକ ଘୋଟାଲା ଚାଲିଥିବା ବେଳେ ସତ କଥା ମାନିଛନ୍ତି ଡାକ୍ତର ବାବୁ । ଆଉ ସିଧାସଳଖ ସରକାର ଉପରେ ଦୋଷ ଲଦି ନିଜେ ଖସିଯିବାକୁ ଚେଷ୍ଟା କରିଛନ୍ତି । ସରକାର ଚିଠା ଲେଖିବାକୁ କାଗଜ କିମ୍ବା ଯଥେଷ୍ଟ ପରିମାଣର ଔଷଧ ଦେଉନଥିବାରୁ ପାଖ ଦୋକାନି ବାବୁ ଆମକୁ ଲେଖିବାକୁ ଚିଠା ଦେଇଛନ୍ତି ବୋଲି କହିଛନ୍ତି ଡାକ୍ତର । ଯଦି ଆଗକୁ ଏ ଘଟଣାର ପୁନଃରାବୃତ୍ତି ହୁଏ, ତାହା ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କହିଛି ହିନ୍ଦୁସେନା ।

Sponsored
Advertising of private drug stores in government medical journals | Argus English