ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ଆଡଭାନ୍ସ ଏଣ୍ଡୋସ୍କୋପି ସମ୍ମିଳନୀ

ଅର୍ଗସ ବ୍ୟୁରୋ : ସାଇ ଇନଷ୍ଟିଚ୍ୟୁଟ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏଣ୍ଡ ଲିଭର ସାଇନ୍ସ ତରଫରୁ ଗତ ୦୩.୦୧.୨୦୨୪ ରିଖ ଦିନ ଏକ ଆଡଭାନ୍ସ ଏଣ୍ଡୋସ୍କୋପି ସମ୍ମିଳନୀର ଆୟୋଜନ ଭୁବନେଶ୍ୱର ମେ ଫେୟାର ହୋଟେଲରେ ଅନୁଷ୍ଠିତ ହୋଇଥିଲା । ଦେଶ ଏବଂ ବିଦେଶରୁ ବହୁ ପେଟ ଓ ଲିଭର ରୋଗ ବିଶେଷଜ୍ଞ ଏହି ସମ୍ମିଳନୀରେ ଯୋଗଦେଇଥିଲେ ।
ଏଥିରେ ମୁଖ୍ୟ ଅତିଥି ଭାବରେ ପୋଲିସ କମିଶନର ଶ୍ରୀଯୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ ଆଧୁନିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ପ୍ରତ୍ୟେକ ବ୍ୟକ୍ତି ତାର ସ୍ୱାସ୍ଥ୍ୟ ଉପରେ କେତେ ଗୁରୁତ୍ୱ ଦେବା ଉଚିତ୍ ଓ ସଚେତନ ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଏହି ସମ୍ମିଳନୀରେ ଆଧୁନିକ ଏଣ୍ଡୋସ୍କୋପିର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା । ବହୁ ମାନ୍ୟଗଣ୍ୟ ପେଟ ଓ ଲିଭର ରୋଗ ବିଶେଷଜ୍ଞ ଓ ମେଡ଼ିସିନ୍ ବିଭାଗର ବହୁ ବରିଷ୍ଠ ଡାକ୍ତର ଏହି ସମ୍ମିଳନୀରେ ଯୋଗଦେଇଥିଲେ । ସ୍ୱାଗତ ଭାଷଣ ଡା. ଆଶୁତୋଷ ମହାପାତ୍ର ଦେଇଥିବା ବେଳେ ଡାକ୍ତର ସୋନମୁନ୍ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।