|
logo
Live

Argus News - ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼

Odisha

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼

Smruti Parija
Browse all articles by Smruti Parija
·2 years ago·1 min read
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼

କନ୍ଧମାଳ:  କନ୍ଧମାଳରେ ବାପା ଓ ପୁଅଙ୍କୁ ଏସିଡ୍ ମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼ ହୋଇଥିବା ସୂଚନା ମିଳିଛି । ଗୁରୁତର ବାପା ଚନ୍ଦ୍ର ମହାନ୍ତି ଓ ପୁଅ ସୁରଜ କୁମାରଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରମୋଦ ସାହୁ ନାମକ ବ୍ୟକ୍ତି ଏହି ଏସିଡ୍ ମାଡ଼ କରିଥିବା ସୂଚନା ରହିଛି ।

କନ୍ଧମାଳ ଟାଉନ ଥାନା ଶଶି ପାନ ଦୋକାନ ନିକଟରେ ଅଭିଯୁକ୍ତ ପ୍ରମୋଦ ସାହୁ,  ଚନ୍ଦ୍ର ମହାନ୍ତି ଓ ତାଙ୍କ ପୁଅ ସୁରଜ୍ ମହାନ୍ତିଙ୍କ ଉପରେ ଏକ ଢାଳରେ ଏସିଡ ଆଣି ପକାଇଥିଲା ଦୂର୍ବୃତ୍ତ । ଏଥିରେ ଉଭୟ ବାପା ଓ ପୁଅ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । 

ତେବେ ସ୍ଥାନୀୟ ଲୋକଙ୍କ ମାଡରେ ଅଭିଯୁକ୍ତ ପ୍ରମୋଦ ସାହୁ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରମୋଦ ସାହୁଙ୍କୁ ଅଟକ ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼ | Argus English