Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବୈତରଣୀରେ ବୁଡ଼ି ଯୁବକ ନିଖୋଜ

Odisha

ବୈତରଣୀରେ ବୁଡ଼ି ଯୁବକ ନିଖୋଜ

Ritu Das
Browse all articles by Ritu Das
·2 years ago·1 min read
ବୈତରଣୀରେ ବୁଡ଼ି ଯୁବକ ନିଖୋଜ

ଅର୍ଗସ ବ୍ୟୁରୋ: ସାଙ୍ଗ ମାନଙ୍କ ସହ ପିକନିକରେ ଯାଇ ବୈତରଣୀ ନଦୀରେ ବୁଡ଼ି ଯୁବକ ନିଖୋଜ। ନିଖୋଜ ଯୁବକ ହେଲେ ଚମ୍ପୁଆ ଥାନା କରଞ୍ଜିଆ ଗ୍ରାମର ସୁରଥ ଗିରି (୩୫)। ଆଜି ସେ ୧୯୯୭ ମାଟ୍ରିକ ବ୍ୟାଚର ନିଜ ସାଙ୍ଗ ମାନଙ୍କ ସହିତ  ସରେଇ ଗ୍ରାମ ନିକଟରେ ଥିବା କେଶରୀ କୁଣ୍ଡ  ବୈତରଣୀ ନଦୀ ପଠାକୁ ଯାଇଥିଲେ । ତେବେ ସେ ନଦୀକୁ ଗାଧୋଇବାକୁ ଯାଇ ବୁଡ଼ି ନିଖୋଜ ହୋଇଯାଇଥିଲେ । 

ଏନେଇ ତୁରନ୍ତ ଚମ୍ପୁଆ ପୋଲିସ୍ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ସୂଚନା ପାଇ ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବହୁ ଖୋଜା ଖୋଜି ପରେ ବି ସନ୍ଧ୍ୟା ସୁଦ୍ଧା ନିଖୋଜ ଯୁବକଙ୍କ କୌଣସି ପତ୍ତା ମିଳିନଥିଲା । ଅନ୍ଧାର ହେବାରୁ ରେସକ୍ୟୁ ଅପରେସନକୁ ବନ୍ଦ ରଖାଯାଇଥିଲା । ଆସନ୍ତା କାଲି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A young man who | Argus English