Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗୁଲୁଗୁଲା ହେଲା କାଳ, ଅଣନିଶ୍ୱାସୀ ହେବା ସହ ଚାଲିଗଲା ଯୁବକଙ୍କ ଜୀବନ

Odisha

ଗୁଲୁଗୁଲା ହେଲା କାଳ, ଅଣନିଶ୍ୱାସୀ ହେବା ସହ ଚାଲିଗଲା ଯୁବକଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗୁଲୁଗୁଲା ହେଲା କାଳ, ଅଣନିଶ୍ୱାସୀ ହେବା ସହ ଚାଲିଗଲା ଯୁବକଙ୍କ ଜୀବନ

ଅର୍ଗସ ବ୍ୟୁରୋ:  ସାମାନ୍ୟ ଚ୍ୟାଲେଞ୍ଜରେ ଗୁଲୁଗୁଲା ଖାଉ ଖାଉ ତଣ୍ଟିରେ ଲାଗିଯାଇ ଅଣନିଶ୍ୱାସୀ ହେବା ସହିତ ଚାଲିଗଲା ଯୁବକଙ୍କ ଜୀବନ। ଏଭଳିଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେତନଟୀ ଥାନା ବଡ଼ଜାମବଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ ଗ୍ରାମରେ । ମୃତକ ଜଣକ ହେଉଛନ୍ତି ଗ୍ରାମର ସ୍ୱର୍ଗତ ବିଦ୍ୟାଧର ମହାନାୟକଙ୍କ ପୁଅ ଶିରୀଶଚନ୍ଦ୍ର ମହାନାୟକ(42) । ସୂଚନା ମୁତାବକ ରବିବାର ଦାନ୍ତିଆମୁହାଁ ସାପ୍ତାହିକ ହାଟରେ ଏକ ଜଳଖିଆ ଦୋକାନକୁ ଶିରୀଶ ଯାଇଥିଲେ l ସେଠାରେ ଚ୍ୟାଲେଞ୍ଜରେ ଥରକେ ଚାରିଗୋଟି ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆ ଏକସଙ୍ଗେ ପାଟିରେ ପୁରାଇ ଖାଇବାକୁ ଆରମ୍ଭ କରିଥିବା ବେଳେ ଏହା ତଣ୍ଟିରେ ଲାଗି ଅଟକି ରହିଯାଇଥିଲା। ଫଳରେ ଅଣନିଶ୍ୱାସୀ ହୋଇ ଶିରୀଶ ଗୁରୁତର ହୋଇପଡ଼ିଥିବା ବେଳେ ପାଖରେ ଥିବା ଲୋକ ତାଙ୍କୁ ପାଣି ପିଆଇଥିଲେ l

ତେବେ ପାଣି ଗୁଡିକ ନାକ ପଟୁ ବାହାରି ଆସିଥିବା ବେଳେ ଶିରୀଶ ଛଟପଟ ହୋଇ ତଳେ ପଡ଼ିଯିବା ସହିତ ଗୁରୁତର ହୋଇପଡ଼ିଥିଲେ l ଏହାପରେ ସ୍ଥାନୀୟଲୋକେ ଉଦ୍ଧାରକରି ବାରିପଦା ଡାକ୍ତରଖାନା ନେଇଥିଲେ ସୁଦ୍ଧା ସେଠାରେ କାର୍ଯ୍ୟରତ ଡାକ୍ତର ଶିରୀଶଙ୍କୁ ମୃତ ଘୋଷଣା କରିଥିଲେ l ଏନେଇ ସୋମବାର ମୃତକଙ୍କ ପରିବାରଲୋକଙ୍କ ଏତଲାକ୍ରମେ ବଡଜାମବଣି ଫାଣ୍ଡି ଅଧିକାରୀ ଏଏସଆଇ ଲମ୍ବୋଦର ମହାନ୍ତ 59 ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁକରିବା ସହିତ ଶଵବ୍ୟବଛେଦ କରାଇଛନ୍ତି । ତେବେ ଚ୍ୟାଲେଞ୍ଜରେ ସାମାନ୍ୟ ଗୁଲୁଗୁଲା ଖାଇବାକୁ ନେଇ ଜଣେ 42ବର୍ଷୀୟ ଯୁବକଙ୍କ ମୃତ୍ୟୁକୁ ନେଇ ଦାନ୍ତିଆମୁହାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a young man died in mayurbhanj eating gulgula | Argus English