Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୌରୀନଙ୍କ ବିରୁଦ୍ଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରଓ୍ୱାନା

Odisha

ସୌରୀନଙ୍କ ବିରୁଦ୍ଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରଓ୍ୱାନା

Manini Pattanayak
Browse all articles by Manini Pattanayak
·2 years ago·1 min read
ସୌରୀନଙ୍କ ବିରୁଦ୍ଧରେ ଜାରି ହେଲା ଜାମିନ ବିହୀନ ଗିରଫ  ପରଓ୍ୱାନା

କଟକ: କଣ୍ଠଶିଳ୍ପୀ ସୌରୀନ ଭଟଙ୍କ ପାଇଁ ବଢ଼ିଲା ଅଡ଼ୁଆ । ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଜାରି ହେଲା ଏନବିଡବ୍ଲୁ  ବା ଜାମିନ ବିହୀନ ଗିରଫ ପରବାନା । ଜାମିନ ବିହୀନ ଗିରଫ ପରୱାନା ପାଇଁ ପୋଲିସ ପକ୍ଷରୁ କୋର୍ଟରେ କରାଯାଇଥିବା ଆବେଦନକୁ ଅନୁମତି ଦେଇଛନ୍ତି କଟକ ଏସ.ଡି.ଜେ.ଏମ କୋର୍ଟ । ସୌରୀନ ଦୀର୍ଘଦିନ ଧରି ତଦନ୍ତରେ ସହଯୋଗ ନ କରିବାରୁ ଏନବିଡବ୍ଲୁ ପାଇଁ ଆବେଦନ କରିଥିଲା ପୋଲିସ । କଟକର ଜଣେ ଯୁବତୀ ସୌରୀନ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ ଆଣି ମହିଳା ଥାନାରେ ଅଭିଯୋଗ କରିଥିଲେ । ପୂର୍ବରୁ ସୌରୀନଙ୍କ ବିରୁଦ୍ଧରେ ଲୁକ ଆଉଟ ସରକୁଲାର ଜାରି କରିବା ସହ ତାଙ୍କର ଏକାଧିକ ବ୍ୟାଙ୍କ ଅକାଉଣ୍ଟ ଫ୍ରିଜ କରିଥିଲା କମିଶନରେଟ ପୋଲିସ ।

ପୂର୍ବରୁ ସୌରୀନଙ୍କର ଆଗୁଆ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଥିଲେ ହାଇକୋର୍ଟ । ଏନବିଡବ୍ଲୁ ଜାରିପରେ ଯଦି ସେ  ନ ମିଳନ୍ତି ତେବେ, ପୋଲିସ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ଅତିରିକ୍ତ ଡିସିପି କହିଛନ୍ତି ।  ଏହାପରେ ତାଙ୍କୁ ପଳାତକ ଘୋଷଣା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ପାରେ ବୋଲି ସୂଚନା ଦେଇଛନ୍ତି । ତାଙ୍କର ସମ୍ପତ୍ତି ବ୍ୟାଜପ୍ତି ପାଇଁ ମଧ୍ୟ ପ୍ରକ୍ରିୟା ଆଗକୁ ନେବାର ବ୍ୟବସ୍ଥା ରହିଥିବା କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ଯଦି ଆଉ ଅଧିକ ବ୍ୟାଙ୍କ ଆକାଉଣ୍ଟ ନଜରକୁ ଆସେ, ସେଗୁଡିକୁ ମଧ୍ୟ ଫ୍ରିଜ କରାଯିବ ବୋଲି କହିଛନ୍ତି । ଏବେ ବି ସୌରୀନଙ୍କ ପାଖରେ ପହଞ୍ଚିବା ପାଇଁ ପୋଲିସ ଟିମ ଚେଷ୍ଟା ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A warrant of non-bailable arrest was issued against Sourin bhatt | Argus English