Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁରୀ ସ୍ଥିତ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ତିନିଦିନିଆ ‘ଆନ୍ତର୍ଜାତିକ ଲକ୍ଷ୍ମୀ ପୁରାଣ’ ଆଲୋଚନାଚକ୍ର

Odisha

ପୁରୀ ସ୍ଥିତ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ତିନିଦିନିଆ ‘ଆନ୍ତର୍ଜାତିକ ଲକ୍ଷ୍ମୀ ପୁରାଣ’ ଆଲୋଚନାଚକ୍ର

Ritu Das
Browse all articles by Ritu Das
·2 years ago·5 min read
ପୁରୀ ସ୍ଥିତ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ତିନିଦିନିଆ ‘ଆନ୍ତର୍ଜାତିକ ଲକ୍ଷ୍ମୀ ପୁରାଣ’ ଆଲୋଚନାଚକ୍ର

Key Points

•    ଶ୍ରୀ ଶଦାଶିବ କ୍ୟାମ୍ପସରେ ମହାଲକ୍ଷ୍ମୀ ପୁରାଣର ସଂସ୍କୃତ ସଂସ୍କରଣ ପୁସ୍ତକ ଉନ୍ମୋଚିତ
•    ପାଖାପାଖି ୧୦୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଏଥିରେ ୩୬ କୋଟି ବ୍ୟୟରେ ପ୍ରାଶାସନିକ ଓ ଶୈକ୍ଷିକ ଭବନ, ୨୨ କୋଟି ବ୍ୟୟରେ ଛାତ୍ରୀନିବାସ, ୨୮ କୋଟି ବ୍ୟୟରେ ଛାତ୍ରାବାସ, ୭ କୋଟି ବ୍ୟୟରେ ଷ୍ଟାଫ୍ କ୍ୱାଟର ସହ ଅତିଥି ଭବନ ଓ ଆନୁଷଙ୍ଗିକ ପ୍ରକଳ୍ପ ପାଇଁ ବଳକା ୭ କୋଟି ଅର୍ଥ ବ୍ୟୟବରାଦ ହୋଇଛି
•    ଆଲୋଚନାରେ ଯୋଗଦେଲେ ଖ୍ୟାତିସମ୍ପନ୍ନ ସଂସ୍କୃତି ବିଦ୍ୱାନ, ଗବେଷକ, କୁଳପତି, ଶତାଧିକ ଛାତ୍ରଛାତ୍ରୀ 
•    ସାମାଜିକ ସମରସତା, ସ୍ୱଚ୍ଛତା, ମହିଳା ସଶକ୍ତିକରଣ ଏବଂ ଅଧିକାରବାଦ ଲକ୍ଷ୍ମୀ ପୂରାଣର ମୂଳ ଚରିତ୍ର 
•    ଲକ୍ଷ୍ମୀ ପୁରାଣ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଓ ସାମାଜିକ ନ୍ୟାୟ ଏବଂ ଗରିବ କଲ୍ୟାଣକାରୀ ଏବଂ ନାରୀ ସଶକ୍ତିକରଣ ଯୋଜନାରେ ପ୍ରତିଫଳିତ 
•    ସଂସ୍କୃତ ହେଉଛି ବିଶ୍ୱର ବୈଜ୍ଞାନିକ ଭାଷା, କମ୍ପ୍ୟୁଟର କୋଡିଂ ବନାଇବାର ସବୁଠୁ ସୁଗମ ଭାଷା 
• ଲକ୍ଷ୍ମୀ ପୁରାଣ ମୋତେ ଜୀବନରେ ବହୁତ ପ୍ରଭାବିତ କରିଛି 
•    ବେଦ ଭାଷାରେ ଚିକିତ୍ସା, ନ୍ୟାୟ ଶାସ୍ତ୍ର, ରାଜନୀତି, ସମାଜ ନୀତି, ଇତିହାସ, ମେଟ୍ରୋଲୋଜି ଏବଂ ବେଦବିଦ୍ୟା ସଂସ୍କୃତ ଭାଷାରେ ପ୍ରାଚୀନ କାଳରୁ ଲେଖାହୋଇଛି
•    ବିଶ୍ୱକୁ ଜ୍ଞାନ ଦେବାର ଶକ୍ତି ସଂସ୍କୃତି ପାଖରେ ଅଛି,  ସଂସ୍କୃତ ଭାଷା ଆଗାମୀ ଦିନରେ ଆମ ସମସ୍ତ ଭାଷାର ମାତୃଭାଷା ଭାବରେ କାମ କରିବ
•    ସଂସ୍କୃତ ପାଠପଢି କେବଳ ଶିକ୍ଷକ ହେବାର ଲକ୍ଷ୍ୟ ନ ରଖି ବିଶ୍ୱକୁ ଦିଗଦର୍ଶନ ଦେବାର ଲକ୍ଷ୍ୟ ରଖିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ
•    ହଜାର ବର୍ଷ ପୂର୍ବରୁ ସାରଳା ଦାସ ଓଡ଼ିଆ ମହାଭାରତ ଏବଂ ବଳରାମ ଦାସ ଦାଣ୍ଡି ରାମାୟଣ ସଂସ୍କୃତ ଭାଷାରୁ ଲେଖିଥିଲେ
•    ପୁରୀ କେବଳ ମହାବିଦ୍ୟା, ମହାଜ୍ଞାନ ଓ ମହାସଂସ୍କାରର ପରମ ଶ୍ରୀକ୍ଷେତ୍ର
•    ପଞ୍ଚସଖାଙ୍କ ଧାର୍ମିକ ସାହିତ୍ୟ ମାଧ୍ୟମରେ ସମାଜକୁ ଶିକ୍ଷିତ କରିବାର ପ୍ରଚେଷ୍ଟା, ଆମ ସମାଜର ଐଶର୍ଯ୍ୟ ଓ ଗାମ୍ଭୀର୍ଯ୍ୟର ପରିଚୟକୁ ପ୍ରତିପାଦିତ କରେ, ପୃଥିବୀର ସବୁ ସମାଧାନର ସୂତ୍ର ଓଡ଼ିଆ ସାହିତ୍ୟରେ ଅଛି 
•    ମୋଦିଜୀଙ୍କ ଶାସନ ପ୍ରଣାଳୀରେ କେବଳ ସଂସ୍କୃତ ନୁହେଁ ବରଂ ସବୁ ଭାଷା ହେଉଛି ରାଷ୍ଟ୍ରୀୟ ଭାଷା,  ଭାରତୀୟ ଜ୍ଞାନ ପରମ୍ପରାକୁ ଆଗକୁ ନେବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ 
 

ଅର୍ଗସ ବ୍ୟୁରୋ: ସାମାଜିକ ସମରସତା, ସ୍ୱଚ୍ଛତା, ମହିଳା ସଶକ୍ତିକରଣ ଏବଂ ଅଧିକାରବାଦ ଲକ୍ଷ୍ମୀ ପୂରାଣର ମୂଳ ଚରିତ୍ର । ସାମ୍ପ୍ରତିକ ସମୟରେ ଏହାକୁ ମନେପକାଇ ଓଡ଼ିଆ ଭାଷା ଓ ସଂସ୍କୃତ ଭାଷା ଆଧାରରେ ପୃଥିବୀର ଜ୍ଞାନକୁ ପ୍ରାସଙ୍ଗିକ କରି ଏହି ପ୍ରକାର ସାହିତ୍ୟକୁ ଲୋକଭାଷାରେ ପରିଣତ କରିବା। ତେବେ ଯାଇ ଏହା ଆମ ସମାଜର ସଂସ୍କୃତ ଭାଷାକୁ ଆଗକୁ ନେଇଥିବା ମହାପୁରୁଷଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   

କେନ୍ଦ୍ର ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ସ୍ଥିତ ଶ୍ରୀ ସଦାଶିବ କ୍ୟାମ୍ପସରେ ତିନିଦିନିଆ ‘ଆନ୍ତର୍ଜାତିକ ଲକ୍ଷ୍ମୀ ପୁରାଣ’ ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସଦାଶିବ କ୍ୟାମ୍ପସର ପ୍ରତିଷ୍ଠାତା ମହାମହୋପାଧ୍ୟାୟ ଆଚାର୍ଯ୍ୟ ହରିହର ଦାଶଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଲକ୍ଷ୍ମୀ ପୂରାଣର ବୈଜ୍ଞାନିକ ମହତ୍ତ୍ୱ ଉପରେ କହିଛନ୍ତି ଯେ ଲକ୍ଷ୍ମୀ ପୁରାଣ ଜୀବନରେ ମୋତେ ବହୁତ ପ୍ରଭାବିତ କରିଛି । ଲକ୍ଷ୍ମୀ ପୁରାଣ ଆଜି ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଓ ସାମାଜିକ ନ୍ୟାୟ ଏବଂ ଗରିବ କଲ୍ୟାଣକାରୀ ଏବଂ ନାରୀ ସଶକ୍ତିକରଣ ଯୋଜନାରେ ପ୍ରତିଫଳିତ ହୋଇଛି । ପାଞ୍ଚଶହ ବର୍ଷ ପୂର୍ବରୁ ବଳରାମ ଦାସ ଲକ୍ଷ୍ମୀ ପୁରାଣ ମାଧ୍ୟମରେ ଶ୍ରୀୟା ଚଣ୍ଡାଳୁଣୀର କଥା ଚରିତ୍ରକୁ ବର୍ଣ୍ଣନା କରି ମହିଳା ସଶିକ୍ତକରଣର କଥା କହିଥିଲେ । ସମାଜିକ ସମରସତା, ଛୁଆଁ ଅଛୁଆଁ ଭେଦଭାବ, ମହିଳା ଅଧିକାର, ନାରୀ ସଶକ୍ତିକରଣ, ଅଧିକାରବାଦ ଏବଂ ସ୍ୱଚ୍ଛ ଭାରତ ଲକ୍ଷ୍ମୀ ପୁରାଣର ସାମାଜିକ ତତ୍ତ୍ୱ ଅଟେ । ଏହା ଥିଲା ସମାଜ ଜୀବନର ନିଚ୍ଛକ ପ୍ରତିଫଳନ । ଅତୀତରେ ମହାତ୍ମା ଗାନ୍ଧୀ ପୁରୀ ଆସି ଦଳିତ ମାନଙ୍କ ମନ୍ଦିର ପ୍ରବେଶ ଅଧିକାର ନ ଥିବାରୁ ଏହାର ବିରୋଧ କରିଥିଲେ । ମାତ୍ର ଗାନ୍ଧିଙ୍କ ଓଡ଼ିଶା ଆସିବାର ପାଖାପାଖି ଅନେକ ବର୍ଷ ପୂର୍ବରୁ ସିଦ୍ଧ ବଳରାମ ଦାସ ଜାତିପ୍ରଥା ବିରୁଦ୍ଧରେ ଶାଣିତ ସ୍ୱର ଉତ୍ତୋଳନ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ସଂସ୍କୃତ ହେଉଛି ବିଶ୍ୱର ବୈଜ୍ଞାନିକ ଭାଷା । କମ୍ପ୍ୟୁଟର କୋଡିଂ ବନାଇବାର ସବୁଠୁ ସୁଗମ ଭାଷା ହେଉଛି ସଂସ୍କୃତ ଭାଷା । ପ୍ରାଚୀନ ସଂସ୍କୃତ ଭାଷା ନିଜ ଭାଷାରେ ପରିପୂର୍ଣ୍ଣ । ବେଦର ଭାଷା ହେଉଛି ସଂସ୍କୃତ ଭାଷା । ବେଦ ଭାଷାରେ ଚିକିତ୍ସା, ନ୍ୟାୟ ଶାସ୍ତ୍ର, ରାଜନୀତି, ସମାଜ ନୀତି, ଇତିହାସ, ମେଟ୍ରୋଲୋଜି ଏବଂ ବେଦବିଦ୍ୟା ସଂସ୍କୃତ ଭାଷାରେ ପ୍ରାଚୀନ କାଳରୁ ଲେଖାହୋଇଛି । ବିଶ୍ୱକୁ ଜ୍ଞାନ ଦେବାର ଶକ୍ତି ସଂସ୍କୃତି ପାଖରେ ଅଛି ।  ସଂସ୍କୃତ ଭାଷା ଆଗାମୀ ଦିନରେ ଆମ ସମସ୍ତ ଭାଷାର ମାତୃଭାଷା ଭାବରେ କାମ କରିବ । ତେଣୁ ସଂସ୍କୃତ ପାଠପଢି କେବଳ ଶିକ୍ଷକ ହେବାର ଲକ୍ଷ୍ୟ ନ ରଖି ବିଶ୍ୱକୁ ଦିଗଦର୍ଶନ ଦେବାର ଲକ୍ଷ୍ୟ ରଖିବାକୁ ଶ୍ରୀ ପ୍ରଧାନ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଧ୍ୟାପିକାଙ୍କୁ ପରାମର୍ଶ ଦେଇଛନ୍ତି ।  

ହଜାର ହଜାର ବର୍ଷ ପୂର୍ବରୁ ସାରଳା ଦାସ ସଂସ୍କୃତ ଭାଷାରୁ ଓଡ଼ିଆ ମହାଭାରତ ଲେଖିଥିଲେ । ବଳରାମ ଦାସ ସଂସ୍କୃତ ଭାଷାରୁ ଦାଣ୍ଡି ବା ଜଗମୋହନ ରାମାୟଣ ଲେଖିଥିଲେ । ଜଗନ୍ନାଥ ଦାଶ ଓଡ଼ିଆ ଭାଗବତ ଏବଂ ଅଚ୍ୟୁତାନନ୍ଦ ଦାସ  କେଉଁ ଭାଷାରୁ ମାଳିକା ଲେଖିଥିଲେ । ଭାରତ ସରକାର ସେଥିପାଇଁ ସର୍ବବିଦ୍ୟାର ଆଦ୍ୟଗ୍ରନ୍ଥ ବେଦକୁ ଅଧ୍ୟୟନ କରିବା ପାଇଁ ଉଜ୍ଜୟିନୀର ଗୋଟିଏ ଶାଖା ଏଠାରେ ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ହିଁ ଭାରତର ସବୁ ସଂସ୍କୃତ ଅନୁଷ୍ଠାନକୁ ମର୍ଯ୍ୟାଦା ଦିଆଯିବା ସହ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କଳ୍ପନା କରାଯାଇଛି । ଜାତୀୟ ଶିକ୍ଷା ନୀତିରେ ସଂସ୍କୃତ ଭାଷା ସହ ସବୁ ଭାରତୀୟ ଭାଷାକୁ ମହତ୍ତ୍ୱ ଦିଆଯାଇଛି । ମୋଦିଜୀଙ୍କ ଶାସନ ପ୍ରଣାଳୀରେ କେବଳ ସଂସ୍କୃତ ନୁହେଁ ବରଂ ସବୁ ଭାଷା ହେଉଛି ରାଷ୍ଟ୍ରୀୟ ଭାଷା ।  ଭାରତୀୟ ଜ୍ଞାନ ପରମ୍ପରାକୁ ଆଗକୁ ନେବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି । ସଂସ୍କୃତ ବିଶ୍ୱବିଦ୍ୟାଳୟର ଏହି ସଦାଶିବ ପରିସର ଏକ ସ୍ୱୟଂସମ୍ପୂର୍ଣ୍ଣ ବିଶ୍ୱବିଦ୍ୟାଳୟ । ଏହି କ୍ୟାମ୍ପସ ଆଗାମୀ ଦିନରେ ଇନୋଭେସନ, ଟେକ୍ନୋଲୋଜି, ଭାଷା ସଂଯୋଗ ସହ ସଂସ୍କୃତ ଓ ବୈଦ ଅଧ୍ୟୟନର ଏକ ପ୍ରୟୋଗଶାଳା ହେଉ ଏବଂ ଏଥିପାଇଁ ଭାରତ ସରକାର ସହଯୋଗୀ ପୂର୍ଣ୍ଣ ହେବେ ।   
ଉତ୍କଳୀୟ ପରମ୍ପରା ହେଉଛି ଜଗନ୍ନାଥ ପରମ୍ପରା । ଖ୍ରୀଷ୍ଟଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ , ଶିଖ ଧର୍ମ –ବିଶ୍ୱର ସବୁ ଧାରା-ଉପଧାରାର ମୂଳ “ଧର୍ମଗୁରୁ”ମାନେ ସାଧନା ପାଇଁ ପୁରୀ ଆସିଥିବା ଇତିହାସରେ ପ୍ରମାଣ ରହିଛି । ପୁରୀ ଭାରତ ଜୀବନ ପ୍ରବାହର ସଂସ୍କୃତି, ଭାଇଚାରା ଓ ସମରସତାର ଅନନ୍ୟ ପ୍ରୟୋଗଶାଳା । ପୁରୀ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ମହାପ୍ରଭୁଙ୍କ ଦର୍ଶନର କେନ୍ଦ୍ର ନୁହେଁ । ଏହା  ମହାବିଦ୍ୟା, ମହାଜ୍ଞାନ ଓ ମହାସଂସ୍କାରର ପରମ ଶ୍ରୀକ୍ଷେତ୍ର । ଏହାର ମୂଳ ମଞ୍ଜି ପର୍ଯ୍ୟନ୍ତ ଯିବା ଏବଂ ବେଦକୁ ଅଧ୍ୟୟନ କରି ସଂସ୍କୃତ ଭାଷାରେ ଦକ୍ଷତା ଅର୍ଜନ କରିବା ଦରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖାରବେଳଙ୍କ ସମୟରୁ କପିଳେନ୍ଦ୍ର ସମୟ ପର୍ଯ୍ୟନ୍ତ ଗଙ୍ଗାରୁ ଗୋଦାବରି ପର୍ଯ୍ୟନ୍ତ ଭାରତ ଭୂଖଣ୍ଡ ମଧ୍ୟରେ କଳିଙ୍ଗ, ଓଡ଼ିଆ ଭାଷା, ଓଡିଆତ୍ୱ, ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କାରର ଆଧିପତ୍ୟ ଥିଲା । ଯେଉଁ ଭୂମିରେ ସାରଳା ଦାସ ମହାଭାରତ ଲେଖିଥିଲେ, ରାମାୟଣର ବର୍ଣ୍ଣନ କରିଥିଲେ, ୧୦୦ ବର୍ଷ ପରେ ଶ୍ରୀଚୈତନ୍ୟଙ୍କ ଆଗମନ ସମୟରେ ଓଡ଼ିଶାରେ ପଞ୍ଚସଖା ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ପଞ୍ଚସଖାଙ୍କ ଧାର୍ମିକ ସାହିତ୍ୟ ମାଧ୍ୟମରେ ସମାଜକୁ ଶିକ୍ଷିତ କରିବାର ପ୍ରଚେଷ୍ଟା, ଆମ ସମାଜର ଐଶର୍ଯ୍ୟ ଓ ଗାମ୍ଭୀର୍ଯ୍ୟର ପରିଚୟକୁ ପ୍ରତିପାଦିତ କରେ । ପୃଥିବୀର ସବୁ ସମାଧାନର ସୂତ୍ର ଆମ ଓଡ଼ିଆ ସାହିତ୍ୟରେ ଅଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।  
କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ସନ୍ଥ କବି ବଳରାମ ଦାସଙ୍କ ଦ୍ୱାରା ରଚିତ ମହାଲକ୍ଷ୍ମୀ ପୁରାଣର ସଂସ୍କୃତ ସଂସ୍କରଣ ପୁସ୍ତକର ଉନ୍ମୋଚନ କରିଥିଲେ ।

ଶ୍ରୀ ଶଦାଶିବ କ୍ୟାମ୍ପସରେ ପାଖାପାଖି ୧୦୦ କୋଟି ଟଙ୍କା ବ୍ୟୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏଥିରେ ୩୬ କୋଟି ବ୍ୟୟରେ ୮ ମହଲା ବିଶିଷ୍ଟ ପ୍ରାଶାସନିକ ଓ ଶୈକ୍ଷିକ ଭବନ, ୨୨ କୋଟି ବ୍ୟୟରେ ୫ ମହଲା ବିଶିଷ୍ଟ ଓ ୩୦୦ କ୍ଷମତାସମ୍ପନ୍ନ ଛାତ୍ରୀନିବାସ, ୨୮ କୋଟି ବ୍ୟୟରେ ୩୦୦ ଜଣ କ୍ଷମତା ସମ୍ପନ୍ନ ଛାତ୍ରାବାସ ସହ , ୭ କୋଟି ବ୍ୟୟରେ ୫ ମହଲା ବିଶିଷ୍ଟ ଅତିଥି ଭବନ, ଷ୍ଟାଫ୍ କ୍ୱାଟର ଓ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ବଳକା ୭ କୋଟି ଅର୍ଥ ବ୍ୟୟବରାଦ ହୋଇଛି। 
ଏହି ଆନ୍ତର୍ଜାତିକ ଆଲୋଚନା ଚକ୍ରରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଆଇଟିଡିସିର ଅଧ୍ୟକ୍ଷ ସମ୍ବିତ ପାତ୍ର, ବ୍ରହ୍ମଗିରି ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଶିକ୍ଷା ମନ୍ତ୍ରଣାଳୟର ଭାରତୀୟ ଭାଷା ସମିତିର ଅଧ୍ୟକ୍ଷ ପଦ୍ମଶ୍ରୀ ଚମ୍ମୁକୃଷ୍ଣଶାସ୍ତ୍ରୀଙ୍କ ସମେତ ବିହାର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି, ଶତାଧିକ ଛାତ୍ରଛାତ୍ରୀ ଏବଂ ଅନ୍ୟ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Sponsored
A three-day conference on | Argus English