Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମନ୍ଦିର ପୂଜକଙ୍କ ଘର ଗ୍ରୀଲ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟ

Odisha

ମନ୍ଦିର ପୂଜକଙ୍କ ଘର ଗ୍ରୀଲ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟ

Ritu Das
Browse all articles by Ritu Das
·2 years ago·1 min read
ମନ୍ଦିର ପୂଜକଙ୍କ ଘର ଗ୍ରୀଲ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟ

ଅର୍ଗସ ବ୍ୟୁରୋ: ସୁବର୍ଣ୍ଣପୁର ସହରର ରମଜୀନଗରରେ ରହୁଥିବା ଜଣେ ମନ୍ଦିର ପୂଜକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ସହରର ପଞ୍ଚରଥ ମନ୍ଦିର ପୂଜକ ତଥା ସୋନପୁର ଥାନାରେ ପୂଜା କରୁଥିବା କୈଳାସ ରଥଙ୍କ ଘରୁ କେହି ନଥିବା ବେଳେ ଗ୍ରିଲ ଓ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରି  ହୋଇଥିବା ଅଭିଯୋଗ ହୋଇଛି। ସୋନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ବିଳମ୍ୱିତ ରାତିରେ ଘରେ କେହି ନ ଥିବା ବେଳେ ଚୋରମାନେ ଏହାର ସୁଯୋଗ  ନେଇ ଘର ଗ୍ରିଲ୍ ଭାଙ୍ଗି ବେଡ଼ ରୁମକୁ ପଶିଥିଲେ । ଘରର ଆଲମାରୀ ଭାଙ୍ଗି ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରି ହୋଇ ଥିବା ଘର ମାଲିକ ସୋନପୁର୍ ଥନାରେ ଅଭିଯୋଗ କରିଛନ୍ତି । ସହରରେ ବାରମ୍ବାର ଚୋରି ଘଟଣା ବଢ଼ିବାରେ ଲାଗିଛି । ଫଳରେ ସହରବାସୀ ଭୟ ଓ ଆଶଙ୍କାରେ ରହୁଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A temple worshiper's | Argus English