ବାଇକ୍ ଭିତରକୁ ପଶିଗଲା ଢମଣା ସାପ
·2 years ago·1 min read

ସୁବର୍ଣ୍ଣପୁର: ବାଇକ୍ ଭିତରକୁ ପଶିଗଲା ଢମଣା ସାପ । ବାଇକ ଠିଆ ହୋଇଥିବାବେଳେ ଭିତରକୁ ପଶିଗଲା ସାପ । କାଢିବା ପାଇଁ ନକେଦମ୍ ଚାଳକ । ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ । ଜଣେ ହିରୋ ଡିଲକ୍ସ ବାଇକ୍ ଚାଳକ ବାଇକ କୁ ରାସ୍ତା କଡ଼ରେ ରଖିଦେଇ ଜଳଖିଆ ଖାଇବାକୁ ହୋଟେଲ ଭିତରକୁ ଯାଇଥିଲେ ।
ଏହି ସମୟରେ ହଠାତ୍ ଏକ ସାପ ବାଇକର ଟାଙ୍କୀ ତଳକୁ ପଶି ଯାଇଥିବା ନିକଟରେ ଥିବା ଲୋକ ଦେଖିଥିଲେ । ବାଇକ ଚାଳକ ଆସି ଦେଖିଲା ବେଳେ ସାପଟି ଭିତରେ ରହିଯାଇଥିଲା । ତେବେ ତାକୁ କାଢିବା ପାଇଁ ଯେତେ ଚେଷ୍ଠା କରିଥିଲେ ହେଁ ବାହାରକୁ ଆସି ନଥିଲା। ପରେ ଏକ ବାଇକ୍ ମେକାନିକ ଆସି ଗାଡ଼ିକୁ ଖୋଲିଲା ପରେ ସାପଟି ଉଦ୍ଧାର ହୋଇଥିଲା । ସାପଟି ଏକ ଢମଣା ସାପ ଛୁଆ ବୋଲି ଅନୁମାନ କରିଛନ୍ତି ଲୋକ । ଏହାକୁ ଦେଖିବା ପାଇଁ ଘଟଣା ସ୍ଥଳରେ ବେସ୍ ଭିଡ ପରିଲକ୍ଷିତ ହୋଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: