|
logo
Live

Argus News - ୩୫ ବର୍ଷ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

Odisha

୩୫ ବର୍ଷ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
୩୫ ବର୍ଷ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ଅର୍ଗସ ବ୍ୟୁରୋ:  ରାଜ୍ୟର ସର୍ବପୁରାତନ ଉଚ୍ଚଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କର ଏକ ଦୁଇଦିନିଆ ବନ୍ଧୁମିଳନ ତଥା ଦୀର୍ଘ ୩୫ବର୍ଷ ପରେ ପୁନର୍ମିଳନ କାର୍ଯ୍ୟକ୍ରମ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି। ୧୯୮୬ରୁ ୧୯୮୮ ମସିହା ପର୍ଯ୍ୟନ୍ତ ଯୁକ୍ତ ୨ ବିଜ୍ଞାନ ପଢ଼ିଥିବା ପ୍ରାୟ ପଚାଶରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସ ଇତ୍ୟାଦି ପରିଦର୍ଶନ କରିଥିଲେ। ଦେଶ ତଥା ବିଦେଶରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିବା ରେଭେନ୍ସାର ପୁରାତନ ଛାତ୍ରଛାତ୍ରୀମାନେ ରେଭେନ୍ସାର ଗୌରବମୟ ଐତିହକୁ ମନେପକାଇବା ସହ ଅତୀତର ସ୍ମୃତିଚାରଣ କରି ଭାବବିହ୍ୱଳ ହୋଇଯାଇଥିଲେ। ସମ୍ପ୍ରତି ଅତୀତର ରେଭେନ୍ସା କଲେଜ ବର୍ତ୍ତମାନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପରିଣତ ହେବା ଓ  ନାକ ଟିମ ଦ୍ୱାରା A ++  ମାନ୍ୟତା ପାଇଥିବା ସମ୍ୱାଦ ସମସ୍ତଙ୍କର ମନରେ ଆନନ୍ଦ ଭରି ରହିଥିଲା।

ଏହି ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶର ସମୃଦ୍ଧିରେ ରେଭେନ୍ସାର ଛାତ୍ରଛାତ୍ରୀଙ୍କ ଅବଦାନକୁ ସାଧୁବାଦ ଜଣାଇ ଉଚ୍ଚପ୍ରଶଂସା କରିଥିଲେ। ସନ୍ଧ୍ୟାରେ ବାରବାଟୀ ଦୁର୍ଗ ସମ୍ମିକଟ 'କଟକ କ୍ଲବ' ପରିସରରେ  ଏକ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ସପରିବାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:    
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୩୫ ବର୍ଷ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ | Argus English