|
logo
Live

Argus News - ସଂଗ୍ରାମୀ ନୀଳମଣି ସାମଲଙ୍କ ପୈତୃକ ଗ୍ରାମରେ ହେବ ଶେଷକୃତ୍ୟ 

Odisha

ସଂଗ୍ରାମୀ ନୀଳମଣି ସାମଲଙ୍କ ପୈତୃକ ଗ୍ରାମରେ ହେବ ଶେଷକୃତ୍ୟ 

Manini Pattanayak
Browse all articles by Manini Pattanayak
·2 years ago·2 min read
ସଂଗ୍ରାମୀ ନୀଳମଣି ସାମଲଙ୍କ ପୈତୃକ ଗ୍ରାମରେ ହେବ ଶେଷକୃତ୍ୟ 

ଯାଜପୁର: ଆଜି ପୈତୃକ ଗ୍ରାମରେ ହେବ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଶେଷକୃତ୍ୟ । ଗତକାଲି ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ୧୦୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ବୟସାଧିକ୍ୟ କାରଣରୁ ଅସୁସ୍ଥ ହେବାରୁ ଗତ ୨୪ ତାରିଖରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ସ୍ବାଧୀନତା ସଂଗ୍ରାମୀ ସମିତିର ରାଜ୍ୟ ସଭାପତି ଥିଲେ।  ଦେଶ ପାଇଁ ଲଢିଥିଲେ।ଇଂରେଜ ଶାସନରେ ଲାଠି ମାଡ଼ ସହିଥିଲେ। ମାଟି ମା'ର ମାନ ରକ୍ଷା ପାଇଁ ବହୁବାର କରିଥିଲେ କାରାବରଣ, କିନ୍ତୁ ନା ହାର୍ ମାନିଥିଲେ ନା ଦେଇଥିଲେ ପଛଘୁଞ୍ଚା, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ । ଯାହାଙ୍କୁ ଆଜି ତାଙ୍କୁ ଝୁରୁଛି ଜନ୍ମମାଟି ବଡ଼ଚଣା, ପୁରା ଅଞ୍ଚଳରେ ଶୋକର ଛାୟା । ଶନିବାର ଅପରାହ୍ନରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ହୋଇଥିଲା 102 ବର୍ଷ ବୟସ। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କ ବିୟୋଗ ଖବର ପାଇ ଡାକ୍ତରଖାନାରେ ପହଞ୍ଚିଲେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ। ମହାନ ସଂଗ୍ରାମୀଙ୍କ ଅନ୍ତିମ ଦର୍ଶନ କଲେ,  ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ । କଟକ ଜିଲ୍ଲାପାଳଙ୍କ ତତ୍ବାବଧାନରେ ପାର୍ଥିବ ଶରୀର ନିଆଗରା ସ୍ବରାଜ ଆଶ୍ରମ । 

 ବଡ଼ଚଣା ବ୍ଲକ ବାଲିପଡିଆ ଗାଁରେ ଜନ୍ମ ଗ୍ରହଣ କରିଥିଲେ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ।  ଇଂରେଜମାନଙ୍କ ବିରୋଧରେ ସ୍ଵର ଉତ୍ତୋଳନ କରି 3 ବର୍ଷ ପାଇଁ ଜେଲ୍ ଯାଇଥିଲେ। ଲଗାତାର ଚାରି ବର୍ଷ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ ହୋଇଥିଲେ ନୀଳମଣି ସାମଲ । ସ୍ଵାଧୀନତା ସଂଗ୍ରାମରେ ଅବଦାନ ପାଇଁ ରାଜ୍ୟପାଳଙ୍କ ଦ୍ଵାରା ବି ହୋଇଥିଲେ ସମ୍ମାନିତ । ଦୀର୍ଘବର୍ଷ ଧରି ଓଡ଼ିଶା ରାଜ୍ୟ ସ୍ଵାଧୀନତା ସଂଗ୍ରାମୀ ସଂଘର ସଭାପତି ସହ କେନ୍ଦ୍ର ସ୍ଵାଧୀନତା ସଂଗ୍ରାମୀ ସଂଘର ସଦସ୍ୟ ଥିଲେ । ଓଡ଼ିଶା ସ୍ୱାଧୀନତା ସଂଗ୍ରାମୀ ସମିତି ସହିତ 1969ରୁ  ସମ୍ପୃକ୍ତ ରହିଥିଲେ। 
 ଦେଶ ସ୍ୱାଧୀନ ହେବାପରେ ବି ଗାନ୍ଧିଙ୍କ ବାର୍ତ୍ତାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ ନୀଳମଣି । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ଯୁବ ସମାଜକୁ ସେବା ଓ ଦେଶପ୍ରେମର ବାର୍ତ୍ତା ଦେଇ ଆସୁଥିଲେ । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବର୍ଗତ ନୀଳମଣି ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଏହି ମହାନ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି ଅର୍ଗସ ପରିବାର। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସଂଗ୍ରାମୀ ନୀଳମଣି ସାମଲଙ୍କ ପୈତୃକ ଗ୍ରାମରେ ହେବ ଶେଷକୃତ୍ୟ  | Argus English