|
logo
Live

Argus News - ପାଇଖାନାରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା

Odisha

ପାଇଖାନାରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା

Jitendra Dash
Browse all articles by Jitendra Dash
·2 years ago·1 min read
ପାଇଖାନାରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା

ଅର୍ଗସ ବ୍ୟୁରୋ : ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ । ଡାକ୍ତରଖାନା ପାଇଖାନାରୁ ନବ ଜାତ ଶିଶୁ ଉଦ୍ଧାର ହୋଇଛି । ଏଭଳି ଘଟଣା ଘଟିଛି ନାରାୟଣପାଟଣାରେ । ନବଜାତ ଶିଶୁକୁ ପରିତ୍ୟକ୍ତ ସ୍ଥାନରେ ଛାଡ଼ି ମା' ଫେରାର ହୋଇ ଯାଇଥିବା ଜଣାପଡିଛି । ଶିଶୁ ଟିର କାନ୍ଦ ଶୁଣି ପାଇଖାନାରୁ ଲାଟିନରୁ ଉଦ୍ଧାର କରି ମାନବିକତାର ପରିଚୟ ଦେଲେ କୋରାପୁଟ ନାରାୟଣପାଟଣା ନିକଟ ଗାରିଆଘାଟ ସାହିର ଧନେଶ୍ଵର ଗରଡ଼ା ଓ ତାଙ୍କ ଧର୍ମ ପତ୍ନୀ ଦସମା ଗରଡ଼ା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ଘରକୁ ନେଇ ତାର ଚିକିତ୍ସା କରିଛନ୍ତି । ଦମ୍ପତି ଜଣକ କହିଛନ୍ତି ଆମେ ଏହି ଝିଅଟିକୁ ଆମ ପାଖେ ରଖିବୁ । ତେବେ ତାଙ୍କ ଏହି କାର୍ଯ୍ୟକୁ ସବୁ ଆଡ଼େ ଓ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଅନ୍ୟପଟେ କିଏ ଓ କାହିଁକି ଏମିତି କାର୍ଯ୍ୟ କଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପାଇଖାନାରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା | Argus English