Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୧୩ ସୂତାକଳ ବନ୍ଦ ପରେ ଏବେ ପୁଣି ବୟନ ଶିଳ୍ପ ପାଇଁ ଘୋଷଣା

Odisha

୧୩ ସୂତାକଳ ବନ୍ଦ ପରେ ଏବେ ପୁଣି ବୟନ ଶିଳ୍ପ ପାଇଁ ଘୋଷଣା

Jitendra Dash
Browse all articles by Jitendra Dash
·2 years ago·2 min read
୧୩ ସୂତାକଳ ବନ୍ଦ ପରେ ଏବେ ପୁଣି ବୟନ ଶିଳ୍ପ ପାଇଁ ଘୋଷଣା

ଅର୍ଗସ ବ୍ୟୁରୋ : କଟକ ଚୌଦ୍ବାରରେ ପ୍ରତିଷ୍ଠା ହେବ ବହୁ ପ୍ରତିକ୍ଷୀତ ବୟନ ଶିଳ୍ପ ପ୍ରତିଷ୍ଠାନ । ସମ୍ବଲପୁରର ନିଲ ଡୁଙ୍ଗୁରୀରେ ବି ନିର୍ମାଣ ହେବ ପ୍ଲାଷ୍ଟିକ ପ୍ରସ୍ତୁତକାରୀ ଓ ଡି.ଆଇ ପାଇପ କାରଖାନା । ଦୁଇଟି ଶିଳ୍ପ ପ୍ରତିଷ୍ଠାନ ଲାଗି ୱେଲସ୍ପନ କମ୍ପାନୀକୁ ମଞ୍ଜୁରି ଦେଇଛି ରାଜ୍ୟ କ୍ୟାବିନେଟ । ମୁଖ୍ୟ ଶାସନ ସଚିବ କହିଛନ୍ତି ଦୁଇଟି ଶିଳ୍ପ ଦ୍ବାରା ରାଜ୍ୟରେ ୬୬୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ୨୦,୦୦୦ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ । ବିଶେଷ କରି ଚୌଦ୍ବାରରେ ସୁତାରୁ ଆରମ୍ଭ କରି କପଡା ପ୍ରସ୍ତୁତ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରାଯିବ । ମୁଖ୍ୟତଃ ବୟନ ଶିଳ୍ପର କଞ୍ଚାମାଲ ହିସାବରେ କପାକୁ ବ୍ୟବହାର କରାଯାଉଥିବାରୁ କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ ଆଦି ଜିଲ୍ଲା ମାନଙ୍କୁ ବେଶ ଫାଇଦା ମିଳିବ । ସେଠାକାର କୃଷକ ମାନଙ୍କ ଦ୍ବାରା ଉତ୍ପାଦିତ କପାକୁ ଉଚିତ ମୁଲ୍ୟ ଦେୟରେ କିଣି ସେମାନଙ୍କୁ କପା ଚାଷ ପାଇଁ ଉତ୍ସାହିତ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ କପା ଉତ୍ପାଦନ କରୁଥିବା ଚାଷୀ ଏବେ ରାଜ୍ୟରେ ପାଉନାହାଁନ୍ତି ନଜ ଝାଳର ମୁଲ । ମଣ୍ଡି ନ ଥିବାରୁ ମହାରାଷ୍ଟ୍ରକୁ ଯାଉଛି ଓଡିଶାର କପା । ସୂବର୍ଣ୍ଣପୁରର କପା ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ ହେଉଥିଲେ ବି ଖୋଲୁନି ମଣ୍ଡି । ସେପଟେ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ କିପରି ଶିଳ୍ପ ସଂସ୍ଥା ବୁଡିବାରେ ଲାଗିଛି । ତିର୍ତ୍ତୋଲ ସୁତାକଳ, ଓଟିଏମ୍, ପାର୍ବତୀ ପାୱାରଲୁମ୍-ଜଗତସିଂହପୁର, ରାମନଗର ପାୱାରଲୁମ୍-ବରଗଡ,ବାରିପଦା ପାୱାରଲୁମ୍-ମୟୁରଭଂଜ, ମହାଲକ୍ଷ୍ମୀ ପାୱାରଲୁମ୍-ସୁନ୍ଦରଗଡ, ବଳଦେବଜୀଉ ପାୱାରଲୁମ୍-କେନ୍ଦ୍ରାପଡା,ମା ବାଉତୀ ପାୱାରଲୁମ୍-ଆଠଗଡ,ମାଣିକେଶ୍ୱରୀ ପାୱାରଲୁମ୍-କଳାହାଣ୍ଡି, ମଧୁନଗର,ବରୁଣେଇ ବ୍ରହ୍ମପୁର ପାୱାରଲୁମ୍ ସମେତ ୧୩ ଟା ସ୍ପିନିଂ ମିଲ୍ ସବୁଦିନ ପାଇଁ ବନ୍ଦ ହୋଇ ଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୋଟିଏ ପଟେ ରାଜ୍ୟର ସୁତାକଳ ବନ୍ଦ ହେଉଛି । ଅନ୍ୟ ପଟେ ରାଜ୍ୟର କୁଶଳୀ କାରିଗର ଅନ୍ୟରାଜ୍ୟର ବୟନ ଶିଳ୍ପକୁ ସମୃଦ୍ଦ କରୁଛନ୍ତି । ସୁରଟ ସମେତ ଅନ୍ୟ ରାଜ୍ୟରେ ବୟନଶିଳ୍ପକୁ ସମୃଦ୍ଧ କରିବାରେ ଓଡିଆ ଶ୍ରମିକଙ୍କ ଝାଳ । ହେଲେ ଓଡିଆ କୁଶଳୀ କାରିଗର ପାଇଁ ରାଜ୍ୟରେ ଖୋଲୁନି ବୟନ ଶିଳ୍ପ ? ବନ୍ଦ ପଡିଥିବା ସୂତାକଳ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ ପାଇଁ କାହିଁକି ମନ ବଳାଉ ନାହାନ୍ତି ରାଜ୍ୟ ସରକାର ? କାହିଁକି ଓଡିଶାର କପା ଯାଉଛି ମହାରାଷ୍ଟ୍ର ? କାହିଁକି ରାଜ୍ୟର କପା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ ? ଏ କଣ ୨୪ ବର୍ଷ ସରକାରର ପୁରୁଷାର୍ଥ ? 
 

Sponsored
A much-anticipated textile industry will be established in Cuttack Chowdhury | Argus English