Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

Odisha

ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଅର୍ଗସ ବ୍ୟୁରୋ:  ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଅସୁସ୍ଥ ମାଆକୁ ମେଡ଼ିକାଲରେ ଦେଖା କରାଇବାକୁ କହି ସମ୍ପର୍କୀୟ ବଡ଼ବାପା ଝିଆରୀକୁ ବସ ଭିତରେ  ଦୁଷ୍କର୍ମ କରିଥିଲା। ଯାଜପୁର ଦଶରଥପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।୧୦ମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳିକାଙ୍କୁ ସମ୍ପର୍କୀୟ ବଡ଼ବାପା ଦୟାନିଧି ଜେନା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ଅଭିଯୁକ୍ତ ଦୟାନିଧି ନାବାଳିକାଙ୍କୁ ରାସ୍ତାରେ ଅଟକାଇ ତାଙ୍କ ମାଆ ଅସୁସ୍ଥ ଥିବା ଏବଂ ସେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା କହିବା ସହିତ ତୁରନ୍ତ ତାଙ୍କ ସାଙ୍ଗରେ ଭଦ୍ରକ ଯିବାକୁ କହି ନେଇଯାଇଥିଲା।

ଦୟାନିଧି ଭଦ୍ରକ ଯିବା ରାସ୍ତାରେ ଆଖଣ୍ଡଳମଣୀ ଛକ ନିକଟରେ ନିଜ ବାଇକ୍‌କୁ ରଖି ସେଠାରୁ ଭଦ୍ରକ ଯାଉଥିବା ଏକ ବସ୍‌ରେ ନାବାଳିକାଙ୍କୁ ସାଙ୍ଗରେ ଧରି ପଳାଇ ଯାଇଥିଲା। ହଠାତ୍ ଏକ ଅଜଣା ସ୍ଥାନରେ ବସ୍‌ରୁ ଓହ୍ଲାଇ ନାବାଳିକାଙ୍କୁ ଏକ ନିକାଞ୍ଚନ ସ୍ଥାନକୁ ନେଇ ବିଭିନ୍ନ ପ୍ରକାର ଧମକ ଚମକ ଦେବା ସହିତ ବଳପୂର୍ବକ ଦୁଷ୍କର୍ମ କରିଥଲା ଅଭିଯୁକ୍ତ। ପରେ ସେହିଦିନ ରାତିରେ ନାବାଳିକାଙ୍କୁ କୋଲକାତା ଯାଉଥିବା ଏକ ବସ୍‌ରେ ନେଇ ବସ୍ ଭିତରେ ପୁନର୍ବାର ଦୁଷ୍କର୍ମ କରିବାକୁ ପଛାଇ ନଥିଲା। ଏହା ପରେ ନାବାଳିକାକୁ ଆଣି ଛାଡିଦେଇ ସେଠାରୁ ଫେରାର ହୋଇଯାଇଥିଲା।

ଏ ନେଇ ନାବାଳିକା ପରିବାର ପକ୍ଷରୁ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଦଶରଥପୁର ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସେପଟେ ପୋଲିସ ନାବାଳିକାଙ୍କ ବୟାନ ରେକର୍ଡ କରିବା ସହ ତାଙ୍କର ଡାକ୍ତରୀ ମଇନା କରାଇଥିବା ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
A minor is accused of rape in a bus | Argus English