Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନଦୀକୁ ଶୌଚପାଇଁ ଯିବାବେଳେ ହାତୀ ଆକ୍ରମଣରେ ବ୍ୟକ୍ତିଙ୍କର ମୃତ୍ୟୁ

Odisha

ନଦୀକୁ ଶୌଚପାଇଁ ଯିବାବେଳେ ହାତୀ ଆକ୍ରମଣରେ ବ୍ୟକ୍ତିଙ୍କର ମୃତ୍ୟୁ

Ritu Das
Browse all articles by Ritu Das
·2 years ago·1 min read
ନଦୀକୁ ଶୌଚପାଇଁ ଯିବାବେଳେ ହାତୀ ଆକ୍ରମଣରେ ବ୍ୟକ୍ତିଙ୍କର ମୃତ୍ୟୁ

ଅର୍ଗସ ବ୍ୟୁରୋ: ଆଜି ସକାଳେ ତଣ୍ଡରା ଗାଁରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଆଜି ସକାଳେ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି l ସୂଚନା ମୁତାବକ ଯାଜପୁର ଜିଲ୍ଲା କୋରାଇ ବ୍ଲକ ତଣ୍ଡରା ଗ୍ରାମରେ ବଣୁଆ ହାତୀର ଏଭଳି ଉପଦ୍ରବ ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିଙ୍କ ନାମ ଉପେନ୍ଦ୍ର କର ବୋଲି ଜଣାପଡିଛି। ନଦୀକୁ ଶୌଚ ପାଇଁ  ଯାଇଥିବା ବେଳେ ଉପେନ୍ଦ୍ରଙ୍କୁ ଦଳିଦେଇଛି ହାତୀ। ହାତୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। 

ଏନେଇ ଗାଁରେ ବନ ଅଧିକାରୀ ଓ ପୋଲିସ ପହଞ୍ଚିଛି। ଘଟଣା ସ୍ଥଳରେ କଟକ ଏସଏଫ୍ଓ ଅନିଲ କୁମାର ରାୟ ପହଞ୍ଚି ମୃତକ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି। ମୃତକ ପରିବାରକୁ 6ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ବନବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେପଟେ ହାତୀକୁ ଘଉଡ଼ାଇବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏନେଇ ଲୋକ ମାନଙ୍କୁ ମଧ୍ୟ ସତର୍କ ଓ ସଚେତନ କରାଯାଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
A man was killed | Argus English