Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓଡଗାଁରେ ନାବାଳିକାକୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମର ବଡ଼ ଅଭିଯୋଗ

Odisha

ଓଡଗାଁରେ ନାବାଳିକାକୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମର ବଡ଼ ଅଭିଯୋଗ

Manini Pattanayak
Browse all articles by Manini Pattanayak
·2 years ago·2 min read
ଓଡଗାଁରେ ନାବାଳିକାକୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମର ବଡ଼ ଅଭିଯୋଗ

ନୟାଗଡ଼:  ପୁଣି ନୟାଗଡ଼, ପୁଣି ଅରୁଣ ସାହୁ।  ଓଡଗାଁରେ ନାବାଳିକାକୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମର ବଡ଼ ଅଭିଯୋଗ। ବିଜେଡି ବିଧାୟକ ଅରୁଣ ସାହୁଙ୍କ ଲୋକଙ୍କ ସଂପୃକ୍ତିର ଆରୋପ।  ଓଲଟା ନାବାଳିକା ପରିବାର ନାଁରେ କେସ୍, ପୋଲିସର ଦାଦାଗିରି। ବିଜେଡି ଚାପରେ ଗାଁରୁ ବାସନ୍ଦ ହେଲେ ନିର୍ଯାତିତଙ୍କ ପରିବାର। ପରୀ ମାମଲାରେ ଖସିଯିବାରୁ ସାହସ ପାଉଛନ୍ତି କି ଅପରାଧୀ।   ଜଣେ ନାବାଳିକାର ଛାତିଥରା ନିର୍ଯାତନାର କାହାଣୀ। ପିଡୀତାଙ୍କ ଅଡିଓ ରେକର୍ଡ ଆମ ପାଖରେ ଅଛି, ହେଲେ ସୁପ୍ରିମକୋର୍ଟଙ୍କ ଗାଇଚଲାଇନ ଅନୁସାରେ ଆମେ ତାକୁ ପ୍ରସାରଣ କରୁନାହୁଁ। ଘଟଣା କିଛି ଏଇ ଭଳି । ନୟାଗଡ଼ର ଏକ ଗାଁରେ ଜଣେ ନାବାଳିକାକୁ କିଛି ଯୁବକ ବାଟରେ ଅକାଇ ଧମକାଇଲେ, ଗାଳିଗୁଲଜ କଲେ ଜାତିଆଣ ଆକ୍ଷେପ କଲେ । ପରିବାର ଲୋକେ ଥାନାରେ ଅଭିଯୋଗ କଲେ। ପୋଲିସ ଶୁଣିଲାନି, ଓଲଟା ପିଡୀତାଙ୍କ ପରିବାର ନାଁରେ ଏତଲା କରି ଘରେ ପଶି ଭଙ୍ଗାରୁଜା କରିଥିବାର ହୋଇଛି ସାଂଘାତିକ ଅଭିଯୋଗ ।

ତାର କିଛି ଦିନ ପରେ ପୁଣି ଅଭିଯୁକ୍ତମାନେ ପିଡୀତାଙ୍କୁ ରାସ୍ତାର ଅଟକାଇ, ବୁଦାକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି। ଅଭିଯୁକ୍ତ ମାନେ ଶାସକ ବିଜେଡି ଦଳର ଓ ସେମାନେ ଅରୁଣ ସାହୁଙ୍କ ଲୋକ ବୋଲି --ଅଭିଯୋଗ କରିଛନ୍ତି ପିଡୀତାଙ୍କ ପରିବାର ଲୋକେ । ଅରୁଣ ସାହୁଙ୍କ ନାଁ ନେଇ ଅଭିଯୁକ୍ତମାନେ ଧମକାଉଛନ୍ତି । କହିଛନ୍ତି ପରୀର ଅବସ୍ଥା କରିବୁ । ରାଜନୈତିକ ଚାପ ଯୋଗୁଁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଛି ।  ଅର୍ଗସରେ ଖବର ପ୍ରସାରଣ ପରେ ପୋଲିସ ମାମଲା ରୁଜ୍ଜୁ କରିଛି। ହେଲେ ଦୁଇ ଅଭିଯୁକ୍ତ ଉତ୍କଳ ସ୍ବାଇଁ ଓ ସମୀର ସ୍ବାଇଁଙ୍କି ଗିରଫ କରୁନାହିଁ ପୋଲିସ। ଅଭିଯୁକ୍ତର ବାପା ଗାଁ ସଭାପତି । ବିଜେଡି ଚାପରେ ପୋଲିସ ଚୁପ୍।  ବଡ଼ ପ୍ରଶ୍ନ କାହିଁକି ପୋଲିସ ତୁରନ୍ତ ନେଲାନାହିଁ ଆକସନ୍, କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ ବୋଲି ବଢିଗଲା କି ଅଭିଯୁକ୍ତଙ୍କ ସାହସ, ଅରୁଣ ସାହୁଙ୍କ ଲୋକ ବୋଲି ଚୁପ୍ କି ପୋଲିସ, ସେପଟେ ଅଭିଯୋଗକୁ ଖଣ୍ଡନ କରିଚନ୍ତି ଗାଁ ସଭାପତି।  2020ରେ ନାୟଗଡ଼ ଯଦୁପୁର ପରୀ ଅପହରଣ ଓ ହତ୍ୟା ମାମଲା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ।  ସେତେବେଳର ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ଆଣିଥିଲେ ପରୀର ବାପା-ମା। ତେବେ ଅରୁଣଙ୍କୁ ତଦନ୍ତ ପରିସରକୁ ବି ନେଲାନାହିଁ କ୍ରାଇମବ୍ରାଞ୍ଚ। ଏବେ ଓଡଗାଁର ନାବାଳିକାକୁ ନ୍ୟାୟ ମିଳୁଛି ନା ନାହିଁ ତାହା ବଡ଼ ପ୍ରଶ୍ନ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A major allegation of mistreatment of a minor and attempted mischief in Odgaon | Argus English