Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଙ୍ଗନୱାଡ଼ି କେନ୍ଦ୍ରରେ ପଡ଼ିଛି ତାଲା: ଗଛ ମୂଳେ ଚାଲିଛି ପାଠପଢ଼ା

Odisha

ଅଙ୍ଗନୱାଡ଼ି କେନ୍ଦ୍ରରେ ପଡ଼ିଛି ତାଲା: ଗଛ ମୂଳେ ଚାଲିଛି ପାଠପଢ଼ା

Ritu Das
Browse all articles by Ritu Das
·2 years ago·2 min read
ଅଙ୍ଗନୱାଡ଼ି କେନ୍ଦ୍ରରେ ପଡ଼ିଛି ତାଲା: ଗଛ ମୂଳେ ଚାଲିଛି ପାଠପଢ଼ା

ଅର୍ଗସ ବ୍ୟୁରୋ: ରାଜ୍ୟ ସରକାର ପାଠପଢ଼ାକୁ ନେଇ ବହୁ ଯୋଜନା କରୁଛନ୍ତି ସତ କିନ୍ତୁ ଦୁର୍ଗମ ଅଞ୍ଚଳରେ ଏହି ଯୋଜନା ରୂପାୟନ ହୋଇପାରୁନି। ଅଙ୍ଗନଓ୍ବାଡି କେନ୍ଦ୍ରରେ ଏକ ମାସରୁ ଉର୍ଦ୍ଧ୍ବ ଦିନ ହେଲା ଝୁଲୁଛି ତାଲା। ଆପଣ ଥରେ ଭାବିଲେ ପିଲାମାନେ ପାଠପଢ଼ିବାରେ କେତେ ହଇରାଣ ହେଉଥିବେ। ସେଥିପାଇଁ ଗଛ ତଳେ ବସି ଶିକ୍ଷା ଗ୍ରହଣ କରୁଛନ୍ତି କୁନି କୁନି ପିଲା। 

ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅଧିନ କୁର୍ସି ପଞ୍ଚାୟତ ନୂଆପାରା ଅଙ୍ଗନବାଡି କେନ୍ଦ୍ରରେ। ଏହି କେନ୍ଦ୍ରରେ ସମୁଦାୟ ୧୩୦ ପିଲା ଶିକ୍ଷା ଗ୍ରହଣ କରୁଛନ୍ତି। ତାଲା ଝୁଲୁଥିବା ଦେଖି ବର୍ତ୍ତମାନ ୨୦ପିଲା ଆସୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ନୂଆପାରା ଅଙ୍ଗନବାଡି କେନ୍ଦ୍ରରେ ଅକ୍ଟୋବର୨୦୨୩ ରେ ଉକ୍ତ କେନ୍ଦ୍ରର କର୍ମଚାରୀ ବିଣାପାଣି ରାଉତରାୟ ଅବସର ଗ୍ରହଣ କରିବା ପରେ ଏଠାରେ ନୂତନ ନିଯୁକ୍ତି ପାଇଁ ଦରଖାସ୍ତ ଦିଆଯାଇଥିଲା। ଏଥିରେ ନୂଆପାରାର ୪ ଜଣଙ୍କ ସମେତ ଅନ୍ୟ ପଞ୍ଚାୟତର ମିଶି ମୋଟ ୮ ଜଣ ଆବେଦନ କରିଥିଲେ। ଅଗନ୍ତୀ ବାଇଗଣ୍ଡ ନାମ୍ନୀ ଜଣେ ମହିଳା ଅଧିକ ମାର୍କ ରଖିଥିବାରୁ ୨୦୨୩ ମସିହା ଅକ୍ଟୋବର ୩୦ ତାରିଖରେ ନୂଆପାରା ଅଙ୍ଗନବାଡି କେନ୍ଦ୍ରରେ ନିଯୁକ୍ତି ପାଇଛନ୍ତି । ତେବେ ଉକ୍ତ ଗ୍ରାମର ଅନ୍ୟଜଣେ ମହିଳା  ଆଶାୟୀ ପ୍ରାର୍ଥୀ ଥିଲେ ଉକ୍ତ ମହିଳାଙ୍କୁ କାହିଁକି ନିଯୁକ୍ତି ମିଳିଲା ନାହି ବୋଲି ବିରୋଧ କରି  ଗ୍ରାମର କିଛି ଲୋକ ଆଜିକୁ ମାସେ ୮ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକେଇ ଥିବା ସୂଚନା ମିଳିଛି।

ତେବେ ତାଲା ପଡିବା ଘଟଣା ସମ୍ପର୍କରେ ଉମରକୋଟ ସିଡିପିଓ ସଂଯୁକ୍ତା ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ପୂର୍ବରୁ ମୁଁ ଘଟଣାସ୍ଥଳରେ ଯାଇ ସେମାନଙ୍କୁ ବୁଝାଶୁଝା କରିଥିଲି କିନ୍ତୁ ସେମାନେ ତାଙ୍କ ଜିଦରେ ରହିଛନ୍ତି। ପୁଣିଥରେ ସେହି ଗାଁକୁ ଯାଇ ଯେପରି ଖୁବଶୀଘ୍ର ଅଙ୍ଗନବାଡ଼ି ଖୋଲିବ ତାର ବ୍ୟବସ୍ଥା କରିବି ବୋଲି ସୂଚନା ଦେଇଛନ୍ତି। ଅନ୍ୟପଟେ ସରପଞ୍ଚ କହିଛନ୍ତି ଅଙ୍ଗନବାଡି ତାଲା ପଡ଼ିବା ଦ୍ୱାରା ପିଲା ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଯେପରି ଏହାର ସମାଧାନ ତୁରନ୍ତ ବାହାର କରନ୍ତୁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
A lock is lying in the center | Argus English