Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସର୍ଚ୍ଚ ଅପରେସନ ବେଳେ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ

Odisha

ସର୍ଚ୍ଚ ଅପରେସନ ବେଳେ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ସର୍ଚ୍ଚ ଅପରେସନ ବେଳେ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ

ଅର୍ଗସ ବ୍ୟୁରୋ : ମାଟିରେ ମିଶିଲା ମାଓ କ୍ୟାମ୍ପ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନଳୀକୁମ୍ପା ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ ପରେ ସୁରକ୍ଷା ବହିନୀକୁ ମିଳିଛି ଏହି ସଫଳତା । କୁମ୍ବିଂ ଜବତ ହେଲା ବିପୁଳ ପରିମାଣର ବୋମା ଓ ବିସ୍ଫୋରକ ସାମଗ୍ରୀ ଜବତ । ଗତ ଗୁରୁବାର ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଅଞ୍ଚଳର ନଳୀକୁପା ଗାଁ ପାଖ ସୁବର୍ଣ୍ଣଗିରି ଓ ପେନାଜୋର ଜଙ୍ଗଲରେ ମାଓବାଦୀ-ଏସଓଜି ଯବାନ ଗୁଳି ବିନିମୟ ହୋଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଶୁକ୍ରବାର ବୌଦ୍ଧ ଓ କନ୍ଧମାଳ ଉଭୟପଟୁ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଆଉ ଏସଓଜି ଯବାନ ମାଓ କ୍ୟାମ୍ପ ଧ୍ୱଂସ କରିବା ସହ ସେମାନଙ୍କ ବ୍ୟବହୃତ ମାଓ ସାମଗ୍ରୀ ଜବତ କରିଛନ୍ତି । ଏହାସହ ଲ୍ୟାଣ୍ଡମାଇନ, ବୋମା, ତାର, ବ୍ୟାଟେରୀ ସହ ବ୍ୟବହୃତ ଅନେକ ସାମଗ୍ରୀ ପୋଲିସ ହାତରେ ଲାଗିଛି । ତେବେ ଗୁଳି ବିନିମୟରେ ଉଭୟ ପକ୍ଷରୁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ବୌଦ୍ଧ ଏସପି ରାଜ୍ ପ୍ରସାଦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A large amount of Mao material was seized during the search operation | Argus English