ଅଗ୍ନିକାଣ୍ଡ ଘଟି ଜଳିଗଲା ୨ବଖରା
·2 years ago

ଅର୍ଗସ ବ୍ୟୁରୋ: ନିଆଳି ତହସିଲ ଅଧୀନ ଏରଞ୍ଚ ପଞ୍ଚାୟତ ନାୟକ ସାହିର କୃଷ୍ଣଚନ୍ଦ୍ର ନାୟକଙ୍କ ଘରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଚାଳଘର ଭସ୍ମୀଭୂତ ହୋଇଛି। ଚୁଲି ନିଆଁ ଉଡ଼ି ଚାଳରେ ଲଗାଯାଇଥିବା ସୂଚନା ମିଳିଛି।
ଖବର ପାଇ ଅଡଶପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇବା ପାଇଁ ଦାବି ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: