Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଫୁଲ କୋବିକୁ ଗାଈକୁ ଖୁଆଉଛନ୍ତି ଚାଷୀ 

Odisha

ଫୁଲ କୋବିକୁ ଗାଈକୁ ଖୁଆଉଛନ୍ତି ଚାଷୀ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଫୁଲ କୋବିକୁ ଗାଈକୁ ଖୁଆଉଛନ୍ତି ଚାଷୀ 

 ଖୋର୍ଦ୍ଧା:  ଚାଷ କରି ଚିନ୍ତାରେ ଚାଷୀ । କେଉଁଠି କ୍ଷେତରେ ପଡ଼ି ନଷ୍ଟ ହେଉଛି ତ ଆଉ କୋଉଠି ଗାଈ ଖାଉଛନ୍ତି ଫୁଲ କୋବି।  ଶୀତଳ ଭଣ୍ଡାରର ଅଭାବ ଏବଂ ବଜାରରେ ଚାହିଦା ନଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ଶେଷରେ ବାଧ୍ୟ ହୋଇ ହଜାର ହଜାର ଟଙ୍କା ବିନିଯୋଗରେ ଚାଷ କରିଥିବା ଫୁଲ କୋବିକୁ ଗାଈକୁ ଖୁଆଉଛନ୍ତି । ଏପଟେ ଅଦିନିଆ ବର୍ଷା ଦାଉ ସାଧିଥିବା ବେଳେ କୋବି ଗୋଟାକୁ ଦୁଇ ଟଙ୍କାରେ କିଣିବା ପାଇଁ ବି ଅମଙ୍ଗ ହେଉଛନ୍ତି ଗ୍ରାହକ ।

ସରକାରଙ୍କ ଉଦାସୀନତା କାରଣରୁ ଶୀତଳଭଣ୍ଡାରର ଅଭାବ ପାଇଁ ଚାଷୀ ହନ୍ତସନ୍ତ ହେଉଛନ୍ତି। ଖୋର୍ଧା,ନୟାଗଡ଼ ଏବଂ ନିଆଳିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଚିତ୍ର। ରାଜଧାନୀରେ ଫୁଲ କୋବି ଗୋଟା 20 ଟଙ୍କାରେ ବିକ୍ରି ହେଉଥିବା ବେଳେ ପାଖ ଅଞ୍ଚଳମାନଙ୍କରେ ଅଭାବୀ ବିକ୍ରି ଦେଖା ଦେଇଛି । ସେପଟେ ନିକଟରେ ରାଜ୍ୟପାଳ ରଘୁବର ଦାସଙ୍କ ଯାଜପୁର ଗସ୍ତ ବେଳେ ଶୀତଳଭଣ୍ଡାରର ଅଭାବ ପାଇଁ ଉଦବେଗ ପ୍ରକାଶ କରିଥିଲେ ରାଜ୍ୟପାଳ। ସେ କହିଥିଲେ ଓଡିଶା ଚାଷୀ କ୍ଷେତରେ ଝାଳ ବୁହାଇ ସୁନାର ଫସଲ ଉତ୍ପାଦନ କରୁଛି ।  ହେଲେ ସାଇତିବା ପାଇଁ ଶୀତଳ ଭଣ୍ଡାର ନାହିଁ। ଅଧିକ ଉତ୍ପାଦନ ହେଲେ ଶାଗମାଛ ଦରରେ ବିକୁଛି ନ ହେଲେ ସେଇ ବିଲରେ ହିଁ ନଷ୍ଟ ହେଉଛି ଫସଲ। 
 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A farmer worried about farming. Where the fields fall and are destroyed, and the cows are eating the cauliflower. | Argus English