Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସମସ୍ୟାରେ ଜୁଝୀ ହେଉଛନ୍ତି ଗ୍ରାମବାସୀ, ବିକାଶ ଠାରୁ ବହୁ ଦୂରରେ ସୀମାନ୍ତ ଅଞ୍ଚଳ ପାର୍ବତୀପୁର

Odisha

ସମସ୍ୟାରେ ଜୁଝୀ ହେଉଛନ୍ତି ଗ୍ରାମବାସୀ, ବିକାଶ ଠାରୁ ବହୁ ଦୂରରେ ସୀମାନ୍ତ ଅଞ୍ଚଳ ପାର୍ବତୀପୁର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସମସ୍ୟାରେ ଜୁଝୀ ହେଉଛନ୍ତି ଗ୍ରାମବାସୀ, ବିକାଶ ଠାରୁ ବହୁ ଦୂରରେ ସୀମାନ୍ତ ଅଞ୍ଚଳ ପାର୍ବତୀପୁର

ଅର୍ଗସ ବ୍ୟୁରୋ:  ସମସ୍ୟା ରେ ଜୁଝୀ ହେଉଛନ୍ତି ଗ୍ରାମବାସୀ, ବିକାଶ ଠାରୁ ବହୁ ଦୂରରେ ସୀମାନ୍ତ ଅଞ୍ଚଳ ପାର୍ବତୀପୁର । ବିକାଶ ଏଠି ବାଟବଣା  । ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ପାଇଁ ପହଞ୍ଚି ପାରୁନି ସରକାରୀ ଯୋଜନା । ରାଜ୍ୟ ସରକାର ବିକାଶର କଥା କହୁଛନ୍ତି, ହେଲେ ଏଠି ବିକାଶ କାଗଜ କଲମରେ ସିମୀତହୋଇ ଟେବୁଲ ତଳେ ଚାପି ହୋଇଯାଇଛି । ଫେଲମାରିଛି ସରକାରୀ ଯୋଜନା । 

ବିକାଶ ର ବାସ୍ତବ ଚିତ୍ର ଆପଣଙ୍କ ସାମ୍ନାରେ। ଦୀର୍ଘ ବର୍ଷ ର ସ୍ଵାଧୀନତା ପରେ  ଆଜି ବି ନିଜ ମୈ।ଳିକ ସମସ୍ୟା ରେ ଜୁଝୀ ହେଉଛନ୍ତି ପାର୍ବତୀପୁର ଗାଁ । ଆମ ରାଜ୍ୟରେ ଦୀର୍ଘ 23 ବର୍ଷ ର ସ୍ଥିର ସରକାର , ତଥାପି ବିକାଶ ଏଠି ବାଟବଣା । ଥରେ ଆଖି ପୁରାଇ ଦେଖି ନିଅନ୍ତୁ ରାଜ୍ୟ ସରକାରଙ୍କ ବିକାଶ ର ବାସ୍ତବ ଚିତ୍ର କୁ । ଗାଁ ରେ ରାସ୍ତା, ପାନୀୟ ଜଳ ଓ ନେଟୱର୍କ ଭଳି ମୌଳିକ ସମସ୍ୟା ଲୋକଙ୍କୁ କଲବଲ କରୁଛି ।

ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ପାନୀୟ ଜଳ ର ଉତ୍କଟ ସମସ୍ୟା ଦୂର କରିବା ପାଇଁ ରାଜ୍ୟସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । କିନ୍ତୁ ତାହା ସଠିକ ରୂପାୟନ ହୋଇପାରୁ ନାହିଁ ବୋଲି ଅଭିଯୋଗ କରୁଛନ୍ତି ଗ୍ରାମ ବାସୀ। ରାଜ୍ୟ ସରକାର ଙ୍କ ବସୁଧା ଯୋଜନା ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି । ସାହିରେ ଗୋଟିଏ ନଳକୂପ ଅଛି ଖରା ମାସରେ ପାଣି ବାହାରୁ ନଥିବା କହୁଛନ୍ତି ଲୋକେ । ଗାଁ ଆରମ୍ଭ ରେ 1 କିଲୋମିଟର ଦୁର ବିଲ୍ ମଝିରେ କୂଅ ଟିଏ ଅଛି, ଖାଲ ଢିପ ବିଲ ରାସ୍ତା ଦେଇ କୂଅକୁ ଯିବା ଆସିବା କରନ୍ତି। ଯାହାକି ଗାଁ ଲୋକଙ୍କ ପାଇଁ ସାହା ଭରଷା ପାଲଟିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
a far-from-development frontier region of Parbatipur | Argus English