Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦ୍ବନ୍ଦ୍ବ ଦୂର ନେଇ ଡିଏନ୍‌ଏ ଟେଷ୍ଟ୍ କରାଯିବ କହିଲେ ମେଡିକାଲ୍‌ କର୍ତ୍ତୃପକ୍ଷ  

Odisha

ଦ୍ବନ୍ଦ୍ବ ଦୂର ନେଇ ଡିଏନ୍‌ଏ ଟେଷ୍ଟ୍ କରାଯିବ କହିଲେ ମେଡିକାଲ୍‌ କର୍ତ୍ତୃପକ୍ଷ  

Manini Pattanayak
Browse all articles by Manini Pattanayak
·2 years ago·1 min read
ଦ୍ବନ୍ଦ୍ବ ଦୂର ନେଇ ଡିଏନ୍‌ଏ ଟେଷ୍ଟ୍ କରାଯିବ କହିଲେ ମେଡିକାଲ୍‌ କର୍ତ୍ତୃପକ୍ଷ  

ଭୁବନେଶ୍ୱର:  ହାଇଟେକ୍ ହସ୍ପିଟାଲ୍ ବିସ୍ପୋରଣ ଘଟଣାରେ ପ୍ରେସମିଟ୍ । ଦିଲୀପଙ୍କ ମୃତ୍ୟୁ ଦ୍ବନ୍ଦ୍ବ ନେଇ ହାଇଟେକ୍ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ପ୍ରେସମିଟ୍ । ଦ୍ବନ୍ଦ୍ବ ଦୂର ନେଇ ଡିଏନ୍‌ଏ ଟେଷ୍ଟ୍ କରାଯିବ କହିଲେ ମେଡିକାଲ୍‌ କର୍ତ୍ତୃପକ୍ଷ  । ଡିସେମ୍ବର 30ରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିଲା । ସ୍ଵାମୀ ଦିଲ୍ଲୀପଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଭାଙ୍ଗିପଡ଼ି ଆତ୍ମହତ୍ୟା କରିଥିଲେ । ଏବେ ଭେଣ୍ଟିଲେଟରରେ ଚିକିତ୍ସାଧୀନ ଅନ୍ୟ ଜଣେ ବ୍ୟକ୍ତି ନିଜକୁ ଦିଲ୍ଲୀପ କହିଛନ୍ତି । ଭେଣ୍ଟିଲେଟରରେ ଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ ଜ୍ୟୋତିରଞ୍ଜନ ମଲ୍ଲିକ ଭାବେ ଚିକିତ୍ସା କରାଉଥିଲା ।

ଏହାପରେ ଦିଲ୍ଲୀପ ଜୀବିତ ନା ମୃତ ସେ ନେଇ ଦେଖାଯାଇଥିଲା ଦ୍ବନ୍ଦ୍ବ । ସେପଟେ ପୁଅ ଭାବି ଅନ୍ୟର ଶବକୁ ଅନ୍ତିମ ସଂସ୍କାର କରିଦେଇଛନ୍ତି ପରିବାର ଲୋକେ। ଗୋଟିଏ ପରିବାରରେ ଦୁଃଖ ପରେ ଦୁଃଖ ପାହାଡ଼ ସାଜି ଖସି ଚାଲିଥିବା ବେଳେ ଅନ୍ୟ ଏକ ପରିବାରର ଖୁସି କ୍ଷଣିକରେ ଧୂଆଁ ହୋଇଯାଇଛି। ହାଇଟେକ ବିସ୍ଫୋରଣରେ ପୁଅ ବଞ୍ଚିଥିବାର ଖବର ପାଇ ଯେଉଁ ପରିବାର ଖୁସିରେ ଥିଲେ ଏବେ ସେଠି ମନରେ ଭରିଛି ଅବିଶ୍ବାସ। ଛାତି ଫଟା ଆକୁଳ ଚିତ୍କାରର ଗୁଞ୍ଜରଣରେ ଫାଟି ଉଠୁଛି ମେଡିକାଲ ପରିସର। ମୃତ ଦିଲ୍ଲୀପ ସାମନ୍ତରାୟ ବଞ୍ଚିଥିବା ଜଣା ପଡିଛି। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A DNA test will be done to clear the confusion, said medical authorities | Argus English