Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାଲିଯାତ୍ରାରେ ଜମୁଛି ଲୋକଙ୍କ ଭିଡ଼   

Odisha

ବାଲିଯାତ୍ରାରେ ଜମୁଛି ଲୋକଙ୍କ ଭିଡ଼   

Manini Pattanayak
Browse all articles by Manini Pattanayak
·2 years ago·1 min read
ବାଲିଯାତ୍ରାରେ ଜମୁଛି ଲୋକଙ୍କ ଭିଡ଼   

କଟକ: ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ମହାଦେଶର ସବୁଠାରୁ ବଡ଼ ଖୋଲା ଆକାଶ ବାଣିଜ୍ୟ ମେଳା ବୁଲି ମଜା ଦେଉଛନ୍ତି ଦର୍ଶକ । ସନ୍ଧ୍ୟା ହେଲେ ଜମୁଛି ଲୋକଙ୍କ ଭିଡ଼  । ତେବେ ଏହାକୁ ଅଧିକ ଆକର୍ଷଣ କରିଛି ବାଲୁକା କଳା ପ୍ରଦର୍ଶନ । ଦର୍ଶକଙ୍କ ମନ ମୋହିବା ପାଇଁ ବାଲିଯାତ୍ରାରେ ଝଟକୁଛି ବାଲୁକା କଳା । ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ଲୋକାଭିମୁଖୀ କରିବା ପାଇଁ ଚଳିତବର୍ଷ ବାଲିଯାତ୍ରାରେ ବାଲୁକା ଶିଳ୍ପ ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ । 300 ଟନ ବାଲିରେ ତିଆରି ହୋଇଛି ସୁନ୍ଦର ବାଲୁକା କଳା ।

 35ଫୁଟ ଉଚ୍ଚ ଓ 100 ଫୁଟ ଲମ୍ବର ଏହି ବାଲୁକା କଳା ପାଖରେ ଅଟକି ସେଲଫି ନେଉଛନ୍ତି ଲୋକେ। ଏଲଇଡି ଲାଇଟରେ ଏହାକୁ ସଜା ଯାଇଥିବାରୁ ଏହା ଲୋକଙ୍କୁ ବେଶ ଆକୃଷ୍ଠ କରୁଛି । 
 ବାଲିଯାତ୍ରାର ଆଉ ଏକ ଆକର୍ଷଣ ହେଉଛି ଉତ୍କଳର ପୁରୁଣା ଗାଥାକୁ ବହନ କରୁଥିବା ଆର୍ଟ ଗ୍ୟାଲେରୀ । ଏହି ଗ୍ୟାଲେରୀ ସ୍ଥାନ ପାଇଛି ଭଳିକି ଭଳିକି 60ଟି ଫୋଟୋ । ସେହିପରି ଅନ୍ୟ ଏକ ଆକର୍ଷଣ ହେଉଛି ସ୍ମୋକ ଆର୍ଟ । ଡିବି ଧୂଆରେ ଚିତ୍ର ଆଙ୍କି ଲୋକଙ୍କ ମନ କିଣିଛନ୍ତି କଟକ ପୁଅ ଦୀପକ ବିଶ୍ବାଳ । ଯାହାକୁ ଦେଖିବା ପାଇଁ ଲାଗୁଛି ଲମ୍ବା ଲାଇନ 
8 ଦିନ ଧରି ଚାଲିବାକୁ ଥିବା ଏହି ମହାପର୍ବରେ ଝଲସୁଛି କଟକ ସହର । ସନ୍ଧ୍ୟା ହେଲେ ବାଲିଯାତ୍ରା ପଡିଆରେ ଜମୁଛି ଲୋକଙ୍କ ଭିଡ଼ ।
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A crowd of people on a bali yatra | Argus English