ବ୍ରହ୍ମପୁରରୁ ୭ ଫୁଟର ଅଜଗର ସାପ ଉଦ୍ଧାର
·2 years ago

ଅର୍ଗସ ବ୍ୟୁରୋ: ବ୍ରହ୍ମପୁର ଗଜପତି ନଗରରୁ ଏକ ୭ ଫୁଟର ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପଲାଇନ। ସୂଚନା ମୁତାବକ ଉକ୍ତ ସାହିର ବଣ୍ଟି ରାଉଳଙ୍କ ଘର ସମ୍ମୁଖରେ ବିରାଟକାୟ ସାପଟିକୁ ସକାଳ ସମୟରେ ପରିବାର ଲୋକେ ଦେଖିଥିଲେ। ଏହାପରେ ସେମାନେ ସାପଟିକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ସ୍ନେକ ହେଲ୍ପଲାଇନ ସଦସ୍ୟ ସ୍ଵାଧୀନ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ସେଠାରେ ସେ କୌଶଳ କ୍ରମେ ବିରାଟକାୟ ସାପଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟି ଭାରତୀୟ ଅଜଗର ପ୍ରଜାତିର ହୋଇଥିବା ବେଳେ ତାହାର ଲମ୍ବ ୭ ଫୁଟ ରହିଥିଲା। ଉଦ୍ଧାର ସାପଟିକୁ ପରବର୍ତ୍ତୀ ସମୟରେ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ତାହାକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ସ୍ନେକ ହେଲ୍ପଲାଇନ ସଦସ୍ୟ ସାହୁ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: