Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାଇକ-କାର ଧକ୍କାରେ 6ବର୍ଷର ପୁଅ ମୃତ, ମା'ବାପା ଗୁରୁତର

Odisha

ବାଇକ-କାର ଧକ୍କାରେ 6ବର୍ଷର ପୁଅ ମୃତ, ମା'ବାପା ଗୁରୁତର

Ritu Das
Browse all articles by Ritu Das
·2 years ago·1 min read
ବାଇକ-କାର ଧକ୍କାରେ 6ବର୍ଷର ପୁଅ ମୃତ, ମା'ବାପା ଗୁରୁତର

ଅର୍ଗସ ବ୍ୟୁରୋ: ଗଜପତି ଜିଲ୍ଲା ଅଡବା ଥାନା ନିକଟସ୍ଥ ଲଷ୍ମୀପୁର ବ୍ରିଜ୍ ନିକଟରେ ବାଇକ କାର ମୁହାଁମୁହିଁ ଧକ୍କାରେ 6 ବର୍ଷର ପୁଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ, ବାପା ମା' ଗୁରୁତର ଆହତ ହୋଇଛନ୍ତି। 

ସୂଚନା ମୁତାବକ ଅଡବା ଥାନା ଅନ୍ତର୍ଗତ  ଗମ୍ଭାରିଗାଁ ଗ୍ରାମର ସନ୍ତୋଷ ମାଦଳା ନିଜ ଗାଁରୁ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ଧରି ବାଇକ ଯୋଗେ ମୋହନା ଯାଉଥିବାବେଳେ ଦିଗପହଣ୍ଡିରୁ ବ୍ରାହ୍ମଣିଗାଁ ଅଭିମୁଖେ ଯାଉଥିବା ଏକ କାର ସହ ଲକ୍ଷ୍ମୀପୁର ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ସନ୍ତୋଷଙ୍କ ସାନ ପୁଅ ପ୍ରକାଶ ମାଦଳାଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ସନ୍ତୋଷୀନି ମାଦଳା ଓ ସନ୍ତୋଷ ମାଦଳା ଗୁରୁତର ଆହତ ହୋଇଛନ୍ତି । ସ୍ଥନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଖବର ପାଇ ଅଡବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A 6-year-old son | Argus English