|
logo
Live

Argus News - ସୋଆରେ NSSର ପୂର୍ବାଂଚଳ ପ୍ରାକ୍ ଗଣତନ୍ତ୍ର ଦିବସ କ୍ୟାମ୍ପ୍ ଉଦ୍‌ଘାଟିତ 

Odisha

ସୋଆରେ NSSର ପୂର୍ବାଂଚଳ ପ୍ରାକ୍ ଗଣତନ୍ତ୍ର ଦିବସ କ୍ୟାମ୍ପ୍ ଉଦ୍‌ଘାଟିତ 

Smruti Parija
Browse all articles by Smruti Parija
·2 years ago·1 min read
ସୋଆରେ NSSର ପୂର୍ବାଂଚଳ ପ୍ରାକ୍ ଗଣତନ୍ତ୍ର ଦିବସ କ୍ୟାମ୍ପ୍ ଉଦ୍‌ଘାଟିତ 

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ବୁଧବାର ଜାତୀୟ ସେବା ସଂସ୍ଥା (ଏନ୍‌ଏସ୍‌ଏସ୍‌) ସ୍ୱେଚ୍ଛାସେବୀ ମାନଙ୍କ ନିମନ୍ତେ ୧୦ ଦିନିଆ ପୂର୍ବାଂଚଳ ପ୍ରାକ୍ ଗଣତନ୍ତ୍ର ଦିବସ କ୍ୟାମ୍ପ ଉଦ୍‌ଘାଟିତ ହୋଇଯାଇଛି । 

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ୟାମ୍ପରେ ଯୋଗ ଦେଇଥିବା ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ସହିତ ଜାତିର ଜନକ ମହାତ୍ମା ଗାନ୍ଧିଙ୍କୁ ଦେଶର ସର୍ବକାଳୀନ ଓ ସର୍ବୋଚ୍ଚ ସ୍ୱେଚ୍ଛାସେବୀ ବୋଲି ଅଭିହିତ କରିଥିଲେ । 

୧୯୬୯ରେ ମହାତ୍ମା ଗାନ୍ଧିଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ନ୍ୟାସ୍‌ନାଲ ସର୍ଭିସ୍ ସ୍କିମ୍ (ଏନ୍‌ଏସ୍‌ଏସ୍‌) ପ୍ରତିଷ୍ଠା ହୋଇଥିବା ବେଳେ ତାଙ୍କ ଭଳି ନିଃସ୍ୱାର୍ଥପର ଓ ସହନଶୀଳ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସ୍ୱେଚ୍ଛାସେବୀ ମାନଙ୍କୁ ମହାତ୍ମାଙ୍କ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହେବା ସହ ଅନ୍ୟମାନଙ୍କ ଠାରୁ ଅଲଗା ଭାବେ କାର୍ଯ୍ୟ କରିବାର ଦକ୍ଷତା ରଖିବା ଉଚିତ୍ ବୋଲି ଉପଦେଶ ଦେଇଥିଲେ । 

କାର୍ଯ୍ୟକ୍ରମରେ ସୋଆ ଏନ୍‌ଏସ୍‌ଏସ୍ କୋର୍ଡିନେଟର ପ୍ରଫେସର ନଚିକେତା କେ. ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏନ୍‌ଏସ୍‌ଏସ୍‌ର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍‌, ରାଜ୍ୟ ଏନ୍‌ଏସ୍‌ଏସ୍ ଅଫିସର ଡକ୍ଟର ରମେଶ ଚନ୍ଦ୍ର ବେହେରା ଓ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ । ସୋଆ ଏନ୍‌ଏସ୍‌ଏସ୍ ବ୍ୟୁରୋ ଆଡିସ୍‌ନାଲ୍ ପ୍ରୋଗ୍ରାମ କୋର୍ଡିନେଟର ଡକ୍ଟର କମଳଲୋଚନ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । 

ନଭେମ୍ବର ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କ୍ୟାମ୍ପରେ ଅରୁଣାଚଳ ପ୍ରଦେଶ, ଆସାମ୍‌, ମଣିପୁର, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ସିକିମ୍‌, ତ୍ରିପୁରା ଓ ପଶ୍ଚିମବଙ୍ଗର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଛନ୍ତି ।
 

Sponsored
ସୋଆରେ NSSର ପୂର୍ବାଂଚଳ ପ୍ରାକ୍ ଗଣତନ୍ତ୍ର ଦିବସ କ୍ୟାମ୍ପ୍ ଉଦ୍‌ଘାଟିତ  | Argus English