Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାଷ୍ଟର ମାଇଣ୍ଡ ପାହାଡି ଗ୍ୟାଙ୍ଗ, ଲୁଟ ପାଇଁ ଝାରଖଣ୍ଡରୁ ଆସିଥିଲେ ଭୁବନେଶ୍ୱର

Odisha

ମାଷ୍ଟର ମାଇଣ୍ଡ ପାହାଡି ଗ୍ୟାଙ୍ଗ, ଲୁଟ ପାଇଁ ଝାରଖଣ୍ଡରୁ ଆସିଥିଲେ ଭୁବନେଶ୍ୱର

Jitendra Dash
Browse all articles by Jitendra Dash
·2 years ago·2 min read
ମାଷ୍ଟର ମାଇଣ୍ଡ ପାହାଡି ଗ୍ୟାଙ୍ଗ, ଲୁଟ ପାଇଁ ଝାରଖଣ୍ଡରୁ ଆସିଥିଲେ ଭୁବନେଶ୍ୱର

କମିଶନରେଟ ପୋଲିସ ହାତରେ ତିନ୍ ପାହାଡି ଗ୍ୟାଙ୍ଗ
ଲୁଟ ପାଇଁ ଝାରଖଣ୍ଡରୁ ଆସିଥିଲେ ଭୁବନେଶ୍ୱର
ଲୁଟ କଲେ ମିଳୁଥିଲା ଦରମା 
ଗ୍ୟାଙ୍ଗରେ ସାମିଲ ଆଇଟି ଏକ୍ସପର୍ଟ 
ମେଡିକାଲ, ହାଟ ଓ ଭିଡ ଜାଗା ଥିଲା ଟାର୍ଗେଟରେ
 

ଅର୍ଗସ ବ୍ୟୁରୋ : ଜାମତରା ଗ୍ୟାଙ୍ଗ ଭଳି ତିନ ପାହାଡି ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ । ଏହି ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରିବା ସହ ଏମାନଙ୍କୁ ନୂଆ ବର୍ଷ ଛାଟ ଦେଇଛି ପୋଲିସ । ଆସାମ ଝାରଖଣ୍ଡ ପଶ୍ଚିମବଙ୍ଗ ସମେତ ଦେଶର ବିଭିନ୍ନ ରାଜ୍ୟରେ ଚୋରି କରୁଥିଲେ ଏମାନେ । ଏମିତି କି ଏମାନେ ଯୁଆଡେ ଯାଉଥିଲେ ସାଙ୍ଗରେ ରୋଷେଇଆ ନେଇ ମଧ୍ୟ ଯାଉଥିଲେ । ସାଧାରଣରେ ମିଶି ଯାଉଥିଲେ, ଭଡା ଘରେ ରହୁଥିଲେ,ରେଳ ଷ୍ଟେସନ, ଲଜରେ ମଧ୍ୟ ରହୁଥିଲେ ।

ବିଶେଷ କରି ବସ, ପରିବା ହାଟ ଓ ଜନଗହଳି ପୂର୍ଣ୍ଣ ସ୍ଥାନ ଥିଲା ଏମାନଙ୍କ ଟାର୍ଗେଟ । ମୋବାଇଲ ଚୋରି କରି ସିମ୍ କାର୍ଡ ବାହାର କରୁଥିଲେ । ସିମ୍ କାର୍ଡ ମାଧ୍ୟମରେ ତାଙ୍କ ଆକାଉଣ୍ଟରେ ଥିବା ଟଙ୍କା ସଫା କରି ଦେଉଥିଲେ ଏହି ଲୁଟେରା ଦଳ । କ୍ୟାପିଟାଲ ଥାନା ପୋଲିସ ଏମାନଙ୍କୁ ଗିରଫ କରିବା ସହ ଏମାନଙ୍କ ଠାରୁ ୨୨ଟି ଫୋନ, ୧ଲକ୍ଷ ୩୦ ହଜାର ଟଙ୍କା ମଧ୍ୟ କରିଛି ଜବତ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

କ୍ୟାପିଟାଲ ଥାନାରେ ଏକ ମାମଲା ଥିଲା । ୧୪ ଲକ୍ଷ ଟଙ୍କା ସଫା କରି ଦେଇଥିଲେ ଏହି ଗ୍ୟାଙ୍ଗ । କ୍ୟାପିଟାଲ ଥାନାରେ ୮ ଟି କେଶ ଓ ସାଇବର ଥାନାରେ ଗୋଟିଏ କେଶ ଅଛି । ଭିଡ଼ ଜାଗାରେ ଆଗରୁ ଥାଆନ୍ତି ଓ ଗହଳି ପରିସ୍ଥିତି ସୃଷ୍ଟି କରି ଚୁନା ଲଗାନ୍ତି ଲୋକଙ୍କୁ । ସବୁଠାରୁ ବଡ଼ କଥା ଏମାନେ ହେଲେ ଦରମା ନିଆ ଲୁଟେରା । ଗ୍ୟାଙ୍ଗର ମୁଖ୍ୟ ଗ୍ୟାଙ୍ଗ ସଦସ୍ୟଙ୍କୁ ଦରମା ଦେଇ ନିୟୋଜିତ କରିଥାଏ । ଗୋଟେ ଗ୍ରୁପ ମୋବାଇଲ ଚୋରି କରେ, ଆଉ ଏକ ଗ୍ରୁପ ମୋବାଇଲ ହ୍ୟାକ କରି ଟଙ୍କା ଲୁଟେ । ପାଖା ପାଖି ୨୦ ଲକ୍ଷ ଟଙ୍କାର ଚୋରି କରିଛନ୍ତି ଏହି ଲୁଟେରା । ତେବେ ଏମାନଙ୍କ ନା ରେ ରାଜ୍ୟ ଓ ରାଜ୍ୟ ବାହାରେ ପୁଳା ପୁଳା ମାମଲା ରହିଥିବା ବେଳେ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ କେବେ କାବୁ କରୁଛି ପୋଲିସ ତାହା ଦେଖିବାକୁ ଅପେକ୍ଷା ।
 

Sponsored
8 Members Of Inter-State ‘Pahadi Gang’ Arrested In Bhubaneswar; Stolen Mobile Phones, Cash Seized | Argus English