Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରତର ସମ୍ବିଧାନ ସମସ୍ତ ଦେଶବାସୀଙ୍କୁ ଗୋଟିଏ ସୁତାରେ ବାନ୍ଧି ରଖିଛି : ମନମୋହନ ସାମଲ

Odisha

ଭାରତର ସମ୍ବିଧାନ ସମସ୍ତ ଦେଶବାସୀଙ୍କୁ ଗୋଟିଏ ସୁତାରେ ବାନ୍ଧି ରଖିଛି : ମନମୋହନ ସାମଲ

Jitendra Dash
Browse all articles by Jitendra Dash
·2 years ago·2 min read
ଭାରତର ସମ୍ବିଧାନ ସମସ୍ତ ଦେଶବାସୀଙ୍କୁ ଗୋଟିଏ ସୁତାରେ ବାନ୍ଧି ରଖିଛି : ମନମୋହନ ସାମଲ

ଅର୍ଗସ ବ୍ୟୁରୋ : ଆଜି ରାଜ୍ୟ କାର୍ଯ୍ୟାଳୟରେ ବହୁ ଆଡମ୍ବର ଭାବେ ଦେଶର ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଜାତୀୟ ପତାକା ଉତୋଳନ କରିବା ସହ ଓଡ଼ିଶାର ସାଢ଼େ ୪କୋଟି ଜନତାଙ୍କୁ ସାଧାରଣତନ୍ତ୍ର ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା ଏବଂ କୃତଜ୍ଞତା ଜଣାଇଥିଲେ । ଏହା ପରେ ସାମୂହିକ ଭାବେ ଜାତୀୟ ସଂଗୀତ ଗାନ କରାଯାଇଥିଲା । 

ଶ୍ରୀ ସାମଲ କହିଛନ୍ତି ଯେ, ଭାରତବର୍ଷର ସମ୍ବିଧାନ ସମସ୍ତ ଦେଶବାସୀଙ୍କୁ ଗୋଟିଏ ସୁତାରେ ବାନ୍ଧି ରଖିଛି । ଏକତା, ଅଖଣ୍ଡତା, ଅସ୍ମିତା ଭାରତକୁ ନିଶ୍ଚିତରୂପେ ଗୌରବାନ୍ୱିତ କରିଛି । ଯେଉଁମାନେ ଦେଶ ପାଇଁ ଜୀବନ ଓ ଯୌବନ ଦେଇଛନ୍ତି ତାହାଙ୍କୁ ସ୍ମରଣ କରୁଛି । ଓଡ଼ିଶାର ରାଜନୈତିକ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଆଜି ଚିନ୍ତାଜନକ ସ୍ଥିତିରେ ପହଂଚିଛି । ସେହି ଅବ୍ୟବସ୍ଥାର ପରିବର୍ତନ ପାଇଁ ଆମମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଓଡ଼ିଶାର ଶାସନ ବ୍ୟବସ୍ଥାରେ ଯେଉଁ ‘କଳାପାହାଡର ମେଘ’ ଢ଼ାଙ୍କିଛି, ତାକୁ ବିଜେପି ଦୂର କରିବା ସହ ଓଡିଶାରେ ପରିବର୍ତନ ହେବ । ଓଡ଼ିଶାର ବିଧିବ୍ୟବସ୍ଥା, ଆଇନ ବ୍ୟବସ୍ଥା ଉପରେ ଲୋକଙ୍କ ଭୟ ରହିବ ନାହିଁ । ଅନ୍ୟାୟ, ଅନୀତି, ଦୁର୍ନୀତି, ଭ୍ରଷ୍ଟାଚାରକୁ ଦୂର କରିବା ପାଇଁ ସାଧାରଣତନ୍ତ୍ର ଦିବସରେ ବିଜେପି ସଂକଳ୍ପ ନେଇଛି ।
 
“ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”କୁ ମୁଳମନ୍ତ୍ର କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆଜି ଆମ ଦେଶକୁ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ରାଜ୍ୟରେ ବଂଚିତ, ଶୋଷିତ, ଅବହେଳିତ, ପୀଡିତ, କୃଷକ, ମହିଳା, ଯୁବକ, ଅନୁସୂଚିତ ଜାତି ଓ ଜନଜାତି, ଆର୍ଥିକ  ଅନୁନ୍ନତ ବର୍ଗର ଲୋକଙ୍କ ହିତ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ଗରୀବକଲ୍ୟାଣ ଯୋଜନାର ସଫଳ ରୂପାୟନ କରିଛନ୍ତି । ସେହିପରି ଆଇନ ଅନୁଯାୟୀ ରାଜ୍ୟବାସୀଙ୍କୁ ତାଙ୍କ ସମ୍ବିଧାନପ୍ରାପ୍ତ ନ୍ୟାୟୋଚିତ ହକ୍‌କୁ ରାଜ୍ୟ ସରକାର ପ୍ରଦାନ କରିବା ଉଚିତ୍ । ୨୦୪୭ସୁଦ୍ଧା ଭାରତ ବିଶ୍ୱଗୁରୁ ମାନ୍ୟତା ପାଇବ ବୋଲି ଶ୍ରୀ ସାମଲ କହିଛନ୍ତି ।

ଗତ କାଲି ପ୍ରକାଶ ପାଇଥିବା ପଦ୍ମ ପୁରସ୍କାର ତାଲିକାରେ ଓଡିଶାର ୪ ଜଣ ବିଜେତା ଶ୍ରୀ ଗୋପୀନାଥ ସ୍ୱାଇଁ, ଶ୍ରୀ ଭାଗବତ ପ୍ରଧାନ, ଶ୍ରୀ ବିନୋଦ ମହାରଣା ଏବଂ ଶ୍ରୀ ବିନୋଦ କୁମାର ପଶାୟତଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏଥି ସହ ପଦ୍ମ ପୁରସ୍କାର ତାଲିକାରେ ଓଡିଶାର ୪ ଜଣଙ୍କୁ ଚୟନ କରିଥିବାରୁ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ରାଜ୍ୟ ସଭାପତି ଧନ୍ୟବାଦ ଜଣାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ଅବସରରେ ବିଜେପିର ପ୍ରଥମ ବିଧାୟକ ପ୍ରସନ୍ନ ପଟ୍ଟନାୟକ, ରାଜ୍ୟ ସମ୍ପାଦକ(ସଂଗଠନ) ମାନସ ମହାନ୍ତି, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ଶାରଦା ଶତପଥୀ, ବରିଷ୍ଠ ନେତା ଅଶୋକ ମିଶ୍ର, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ଠାକୁର ରଞ୍ଜିତ ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ସହସଂଯୋଜକ ସୁଜିତ୍ କୁମାର ଦାସ, ସୀମନ୍ତିନୀ ଜେନାଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Sponsored
75th Republic Day celebrated at State Office | Argus English